28.3 C
Bhubaneswar
Thursday, July 30, 2026
Homeଓଡିଶାଦଳପ୍ରତି ସମର୍ପଣଭାବ ସହ ନୈତିକତା ରକ୍ଷା ପ୍ରଥମ ଆବଶ୍ୟକତା : ଭକ୍ତ

ଦଳପ୍ରତି ସମର୍ପଣଭାବ ସହ ନୈତିକତା ରକ୍ଷା ପ୍ରଥମ ଆବଶ୍ୟକତା : ଭକ୍ତ

ଭୁବନେଶ୍ୱର: ଏଆଇସିସି ଦ୍ୱାରା ପରିଚାଳିତ ଓ ଓପିସିସି ଗଣମାଧ୍ୟମ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯଇଥିବା ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଓଡିଶା ପାଇଁ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କ ଲିଷ୍ଟ ଜାରିହେବା ସହ ସେମାନଙ୍କ ଏକ ଦିଗନିର୍ଦେଶ ଆଲୋଚନା ବୈଠକ କଂଗ୍ରେସ ଭବନଠାରେ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରିଥିଲେ l ପ୍ରଥମେ ପ୍ରତିଯୋଗୀ ନିଜ ପରିଚୟ ପ୍ରଦାନ କରି ସାରିବା ପରେ ଅଧ୍ୟକ୍ଷ ଶ୍ରୀ ଦାସ ମୁଖପାତ୍ରଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ ବିଷୟରେ ସମସ୍ତ କୃତକାର୍ଯ୍ୟ ପ୍ରତିଯୋଗୀଙ୍କୁ ବିଷଦ ଭାବେ ବର୍ଣନା କରିଥିଲେ l ପରେ ଦିଗନିର୍ଦେଶ ସଭାରେ ଓପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ l ସେ ଉପସ୍ଥିତ ପ୍ରତିଯୋଗୀଙ୍କୁ ସମ୍ବୋଧିତ କରି ପରାମର୍ଶ ଦେଇଛନ୍ତି ଯେ, ଭବିଷ୍ୟତରେ ଆପଣ ହେଉଛନ୍ତି କଂଗ୍ରେସର ତୁଣ୍ଡ, ଆପଣ ଯାହା କହିବେ ଦଳ କହୁଛି ବୋଲି ଗଣାଯିବ l ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପଦବୀ l ଏହା ପାଇଁ ଦଳପ୍ରତି ସମ୍ପୂର୍ଣ ସମର୍ପଣ ଭାବ, ନିଷ୍ଠାବାନ ରହିବାର ଆବଶ୍ୟକତା ଅଛି l ପୁଣି ନିଜ ଜୀବନରେ ନୈତିକତା ରକ୍ଷା ମଧ୍ୟ ଜରୁରୀ l ଆପଣ ମାନଙ୍କ କର୍ମକୁଶଳତା, ବାକ ଚାତୁରୀ, ତଥ୍ୟ ଭିତ୍ତିକ ଉପସ୍ଥାପନ ଓ ଭଦ୍ରୋଚିତ ବେଶ ପରିପାଟୀ ଦଳକୁ ସମ୍ମାନଜନକ ସ୍ଥାନକୁ ନେବା ସହ ପ୍ରଚାର ପ୍ରସାର ମାଧ୍ୟମରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ କଂଗ୍ରେସ ଦଳର ବାର୍ତ୍ତା ପହଞ୍ଚି ପାରିବ ବୋଲି ଶ୍ରୀ ଦାସ କହିଛନ୍ତି l ପ୍ରତିଭା ଅନ୍ୱେଷଣ ଦିଗନିର୍ଦେଶ କାର୍ଯ୍ୟକ୍ରମରେ ଓପିସିସି ଗବେଷଣା ବିଭାଗ ଅଧ୍ୟକ୍ଷ ନଳିନୀ ମହାନ୍ତି ଗଣମାଧ୍ୟମ ବିଭାଗର ମୁଖପାତ୍ର ଡଃ ହମିଦ ହୁସେନ, ଅଶୋକ ସ୍ୱାଇଁ, ଡଃ ଦେବାଶିଷ ଭୂୟାଁ, ଜଗଦାନନ୍ଦ ପ୍ରଧାନ ସହଯୋଗ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking