30 C
Bhubaneswar
Wednesday, July 29, 2026
Homeଦେଶ ବିଦେଶଲୋକସଭାରେ ଆଣ୍ଟି ପେପର ଲିକ ବିଲ ପାରିତ

ଲୋକସଭାରେ ଆଣ୍ଟି ପେପର ଲିକ ବିଲ ପାରିତ

ନୂଆଦିଲ୍ଲୀ: ଅମିତ ଶାହଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଅସାମ୍ବିଧାନିକ ମନ୍ତବ୍ୟ ଏବଂ ଜନ୍ତର ମନ୍ତରରେ ଛାତ୍ରଙ୍କ ଆନ୍ଦୋଳନ ସମୟରେ ସେମାନଙ୍କ ଉପରକୁ ପେଲେଟ ଗୁଳି ଚଳାଇବା ପାଇଁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଅଭିଯୋଗକୁ ନେଇ ବିରୋଧୀ ଏବଂ ଶାସକ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ଆଣ୍ଟି ପେପର ଲିକ ବିଲ ଲୋକସଭାରେ ପାରିତ ହୋଇଛି ।   ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ ପାରିତ ହୋଇଛି । ନିଟ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପ୍ରଦର୍ଶନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ର ସୋମବାର ଏହି ସଂଶୋଧନ ବିଲ ଆଗତ କରିଥିଲା । ହେଲେ ଆଜି ତାହା ପାରିତ ହୋଇଛି ।  ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବନ୍ଦେ ମାତରଂ ବିଲ ମଧ୍ୟ ପାରିତ ହୋଇଛି । ଜୁଲାଇ ୨୦ରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ଦଳ ନିଟ ପେପର ଲିକ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କ ଉପରେ ଚାପ ପଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking