30 C
Bhubaneswar
Wednesday, July 29, 2026
Homeଓଡିଶାଆଜି ବିଶ୍ବ ବ୍ୟାଘ୍ର ଦିବସ: ବାଘ ବଂଶ ବୃଦ୍ଧିରେ ନନ୍ଦନକାନନର ସଫଳତା

ଆଜି ବିଶ୍ବ ବ୍ୟାଘ୍ର ଦିବସ: ବାଘ ବଂଶ ବୃଦ୍ଧିରେ ନନ୍ଦନକାନନର ସଫଳତା

ଭୁବନେଶ୍ୱର : ଆଜି ବିଶ୍ବ ବ୍ୟାଘ୍ର ଦିବସ । ବିଲୁପ୍ତପ୍ରାୟ ବାଘଙ୍କ ସୁରକ୍ଷା, ସଂରକ୍ଷଣ ଓ ବଂଶ ବୃଦ୍ଧି ନେଇ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଜୁଲାଇ ୨୯ରେ ପାଳନ କରାଯାଏ ଏହି ଦିବସ । ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସଫଳତା ମଧ୍ୟ ଚର୍ଚ୍ଚାରେ ରହିଛି । ବାଘଙ୍କ ବଂଶ ବୃଦ୍ଧି ଓ ପ୍ରଜନନ କ୍ଷେତ୍ରରେ ନନ୍ଦନକାନନ ଭଲ ପ୍ରଦର୍ଶନ କରିଆସୁଛି । ବର୍ତ୍ତମାନ ନନ୍ଦନକାନନରେ ମୋଟ ୨୭ଟି ବାଘ ରହିଛନ୍ତି । ଏଥିରେ ରୋୟାଲ ବେଙ୍ଗଲ ଟାଇଗର ସହ ଅନ୍ୟ ପ୍ରଜାତିର ବାଘ ମଧ୍ୟ ରହିଛନ୍ତି ।ବାଘ ସଂରକ୍ଷଣ ପାଇଁ ଉନ୍ନତ ଯତ୍ନ, ପ୍ରଜନନ ବ୍ୟବସ୍ଥା ଓ ପରିବେଶ ଅନୁକୂଳ ପରିଚାଳନା ଯୋଗୁଁ ନନ୍ଦନକାନନ ଦେଶର ଅନ୍ୟତମ ପ୍ରମୁଖ ବାଘ ପ୍ରଜନନ କେନ୍ଦ୍ର ଭାବେ ପରିଚିତ ହୋଇଛି । ବିଶ୍ବ ବ୍ୟାଘ୍ର ଦିବସରେ ବାଘ ସୁରକ୍ଷା ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ନୂଆ ସଂକଳ୍ପ ନିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking