27.8 C
Bhubaneswar
Tuesday, July 28, 2026
Homeଓଡିଶାପିଏମ୍‌ ଗତିଶକ୍ତିକୁ ନେଇ ବଡ଼ ପଦକ୍ଷେପ: ଜିଲ୍ଲାସ୍ତରରେ ମାଷ୍ଟର ପ୍ଲାନ୍‌କୁ ଗୁରୁତ୍ୱ

ପିଏମ୍‌ ଗତିଶକ୍ତିକୁ ନେଇ ବଡ଼ ପଦକ୍ଷେପ: ଜିଲ୍ଲାସ୍ତରରେ ମାଷ୍ଟର ପ୍ଲାନ୍‌କୁ ଗୁରୁତ୍ୱ

ଭୁବନେଶ୍ୱର: ପିଏମ୍‌ ଗତିଶକ୍ତି କାର୍ଯ୍ୟକାରୀକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏକକ ପ୍ଲାଟଫର୍ମରେ ଯୋଡ଼ି ହେବ ସମସ୍ତ ଭିତ୍ତିଭୂମି ପ୍ରକଳ୍ପ । ପ୍ରତି ମାସରେ ସମୀକ୍ଷା ସହ ଜିଲ୍ଲାସ୍ତରରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତିକୁ ଗୁରୁତ୍ୱ । ରାଜ୍ୟରେ ଭିତ୍ତିଭୂମି ବିକାଶ ଯୋଜନାର ପରିକଳ୍ପନା, ଅନୁମୋଦନ, ନିରୀକ୍ଷଣକୁ ଅଧିକ ସମନ୍ୱିତ ଓ ସ୍ୱଚ୍ଛ କରିବାକୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନୂଆ ବ୍ୟବସ୍ଥାରେ ରାଜ୍ୟର ସମସ୍ତ ପ୍ରମୁଖ ଭିତ୍ତିଭୂମି ବିଭାଗର ପ୍ରକଳ୍ପ, ଜମି ସମ୍ପର୍କିତ ତଥ୍ୟ ଓ ପ୍ରଗତି ବିବରଣୀକୁ ଏକକ ଡିଜିଟାଲ୍ ପ୍ଲାଟଫର୍ମରେ ସଂଯୋଗ କରାଯିବ ।

 ଏହାଦ୍ୱାରା ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହ୍ରାସ, ବିଭାଗୀୟ ସମନ୍ୱୟ ବୃଦ୍ଧି ଏବଂ ଯୋଜନା ପ୍ରସ୍ତୁତିରେ ଅଧିକ ସ୍ୱଚ୍ଛତା ଆସିବ ବୋଲି ସରକାର ଆଶା କରିଛନ୍ତି । ଏହା ସହିତ ଯୋଜନା ଏଵଂ ସଂଯୋଜନ ବିଭାଗରେ ଏକ ସ୍ୱତନ୍ତ୍ର ‘ପିଏମ୍‌ ଗତିଶକ୍ତି ସେଲ୍‌’ ଗଠନ କରାଯାଇଛି । ଏହି ସେଲ୍‌ ରାଜ୍ୟସ୍ତରରେ ସମସ୍ତ ବିଭାଗର ତଥ୍ୟ ସଂଗ୍ରହ, ପ୍ଲାଟଫର୍ମ ପରିଚାଳନା ଓ ପ୍ରକଳ୍ପ ସମନ୍ୱୟର ଦାୟିତ୍ୱ ବହନ କରିବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ପ୍ରମୁଖ ବିଭାଗକୁ ସାମିଲ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଭାଗଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking