27.8 C
Bhubaneswar
Tuesday, July 28, 2026
Homeଓଡିଶାସିଏମ୍‌ଓରୁ ନାଇଡୁ କମିସନ ଫାଇଲ୍ ଗାଏବ ମାମଲା: କ୍ରାଇମବ୍ରାଞ୍ଚରେ ନୂଆ କେସ୍ ରୁଜୁ

ସିଏମ୍‌ଓରୁ ନାଇଡୁ କମିସନ ଫାଇଲ୍ ଗାଏବ ମାମଲା: କ୍ରାଇମବ୍ରାଞ୍ଚରେ ନୂଆ କେସ୍ ରୁଜୁ

ଭୁବନେଶ୍ୱର:  ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ କମିସନ୍ ଫାଇଲ୍ ଗାଏବ ଘଟଣା । ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ । ଘଟଣାର ନିରପେକ୍ଷ ତଥା ପୁଙ୍ଖାନୁପୁଙ୍ଖ ତଦନ୍ତ ସୁନିଶ୍ଚିତ କରିବା ପାଇଁ, ଭୁବନେଶ୍ୱରର କ୍ୟାପିଟାଲ ଥାନା ମାମଲା ନଂ ୪୬୦/୨୦୨୬ ର ତଦନ୍ତ ଭାର ଓଡ଼ିଶା କ୍ରାଇମବ୍ରାଞ୍ଚ, କଟକକୁ ହସ୍ତାନ୍ତର କରାଯାଇଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାକୁ ପୁନଃ ରୁଜୁ କରାଯାଇ ‘ସିଆଇଡି ସିବି ପିଏସ୍‌ କେସ୍‌ ନଂ ୦୯/୨୦୨୬, ତାରିଖ ୨୮.୦୭.୨୦୨୬’ ଭାବେ ରୁଜୁ କରାଯାଇଛି ।ଏହି ମାମଲାରେ ବିଏନଏସ୍‌ ର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ଏବଂ ୬୧(୨)(ବି) ଅନ୍ତର୍ଭୁକ୍ତ କରାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ, କଟକର ଉପ-ପୁଲିସ ଅଧିକ୍ଷକ ଆଶୁତୋଷ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ଏହି ମାମଲାର ତଦନ୍ତ ପ୍ରଗତିକୁ ସମୀକ୍ଷା ଓ ପର୍ଯ୍ୟବେକ୍ଷଣ କରିବେ । ତଦନ୍ତ ଏବଂ ଅଭିଯୋଗ ପରିଚାଳନା ପାଇଁ ପିଏମଆର ଅଧିନରେ ସମସ୍ତ କାର୍ଯ୍ୟ ଏବଂ ଆଇନଗତ କ୍ଷମତା ସେମାନଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking