25.6 C
Bhubaneswar
Sunday, July 26, 2026
Homeଓଡିଶାକେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର:କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବସମାଜ, ବିଶେଷକରି Gen Zଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ କରିଥିବା ଏକ ପୋଷ୍ଟରେ ଗଣତନ୍ତ୍ରରେ ଜନମତର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଜନମତ ପ୍ରତି ସମ୍ବେଦନଶୀଳତା ଏକ ଶକ୍ତିଶାଳୀ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ବି ଲୋକଙ୍କ ଇଚ୍ଛାଶକ୍ତିର ଉର୍ଦ୍ଧ୍ୱରେ ନୁହଁନ୍ତି। ସେ ଆହୁରି କହିଛନ୍ତି ଯେ, ଦେଶର ଯୁବସମାଜର ସ୍ୱରକୁ ସବୁବେଳେ ଗୁରୁତ୍ୱ ଦିଆଯିବା ଉଚିତ। ନୀତି ନିର୍ଦ୍ଧାରଣ ଓ ପ୍ରଶାସନିକ ନିଷ୍ପତ୍ତିରେ ଯୁବପିଢ଼ିଙ୍କ ଆକାଂକ୍ଷା ଓ ମତାମତକୁ ପ୍ରାଧାନ୍ୟ ଦେବା ଏକ ସୁସ୍ଥ ଗଣତନ୍ତ୍ରର ପରିଚୟ ବୋଲି ସେ ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking