25.7 C
Bhubaneswar
Saturday, July 25, 2026
Homeଦେଶ ବିଦେଶବାକି ରହିଲା ସିଜେପିର ଦୁଇ ପ୍ରମୁଖ ଦାବି : ଆନ୍ଦୋଳନ ଜାରି

ବାକି ରହିଲା ସିଜେପିର ଦୁଇ ପ୍ରମୁଖ ଦାବି : ଆନ୍ଦୋଳନ ଜାରି

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) କହିଛି, ସେମାନଙ୍କ ମୁଖ୍ୟ ଦାବି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପୂରଣ ହୋଇଛି। ସେମାନଙ୍କ ବାକି ଦାବିଗୁଡ଼ିକ ଏପର୍ଯ୍ୟନ୍ତ ବିଚାରାଧୀନ ଅଛି । ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି ଯେ, ସେଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ପ୍ରତିବାଦ ଜାରି ରହିବ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ସିଜେପି ଏହାର ଦାବିର ଏକ ଅଦ୍ୟତନ ତାଲିକା ପ୍ରଦାନ କରିଛି।ଏଥିରେ ସେମାନଙ୍କ ପୂର୍ବ ଦାବି ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବା ଓ ଆନ୍ଦୋଳନକାରୀ ଛାତ୍ରଙ୍କ ବିିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସହିତ ଆଉ ଏକ ଦାବି ଦିଲ୍ଲୀ ପୁଲିସ ଓ ରାପିଡ ଆକ୍ସନ ଫୋର୍ସ ସର୍ବସାଧାରଣରେ ସେମାନଙ୍କ ବର୍ବରତା ପାଇଁ କ୍ଷମା ମାଗିବା ଯୋଡ଼ା ଯାଇଛି।ଜନ୍ତରମନ୍ତର ଓ ସମଗ୍ର ଦେଶ ଅନ୍ୟ ଦାବିଗୁଡ଼ିକ ପୂରଣ ହେବାକୁ ଅପେକ୍ଷା କରିଛି ବୋଲି ସିଜେପି କହିଛି। ଅନ୍ୟ ଦାବିଗୁଡ଼ିକ ପୂରଣ ହେବା ପର୍ଯ୍ୟନ୍ତ ଛାତ୍ରମାନଙ୍କ ଧାରଣା ଜାରି ରହିବ ବୋଲି କୁହାଯାଇଛି। ଶନିବାର କକ୍ରୋଚ୍ ଜନତା ପାର୍ଟି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ସ୍ୱାଗତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking