25.7 C
Bhubaneswar
Saturday, July 25, 2026
Homeଓଡିଶାଏ ବିଜୟ ଗଣତନ୍ତ୍ରର, ଏହା ଆରମ୍ଭ ମାତ୍ର: ଅଭିଜିତ୍ ଦୀପକେ

ଏ ବିଜୟ ଗଣତନ୍ତ୍ରର, ଏହା ଆରମ୍ଭ ମାତ୍ର: ଅଭିଜିତ୍ ଦୀପକେ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ବରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଛାତ୍ରମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି। ଛାତ୍ରମାନଙ୍କୁ ଏହାର ଶ୍ରେୟ ଦେଇ ଦୀପ୍‌କେ କହିଛନ୍ତି ଛାତ୍ରମାନଙ୍କର ଦୀର୍ଘ ଦିନର ଶାନ୍ତିପୂର୍ଣ୍ଣ ଆ‌ନ୍ଦୋଳନ ସରକାରଙ୍କୁ ଏତେ ବଡ଼ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ଏହା ଆମ ପାଇଁ ବଡ଼ ବିଜୟ। ଦେଶ ସମ୍ବିଧାନ ଦ୍ବାରା ପରିଚାଳିତ ହେଉଛି ଏହା ତା’ର ଜ୍ବଳନ୍ତ ପ୍ରମାଣ। ଏହାର ଆରମ୍ଭ ମାତ୍ର ବୋଲି ଦୀପ୍‌କେ କହିଛନ୍ତି।ଧାରଣାସ୍ଥଳର ସଭାମଞ୍ଚରୁ ଶହ ଶହ ସମର୍ଥକଙ୍କୁ ସମ୍ବୋଧନ କରି ଦୀପ୍‌କେ କହିଛନ୍ତି, ଇସ୍ତଫା ପ୍ରମାଣ କରିଥିଲା ଯେ, ସ୍ଥାୟୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପରିବର୍ତ୍ତନ ଆଣିପାରେ। ଜନସମାଗମର ପ୍ରବଳ ଜୟଧ୍ୱନି ମଧ୍ୟରେ ସେ ଆନ୍ଦୋଳନକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ବିଜୟ ଓ ଦେଶବ୍ୟାପୀ ଛାତ୍ରମାନଙ୍କ ସାମୂହିକ ସଂକଳ୍ପ ଭାବରେ ପ୍ରଶଂସା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking