28.9 C
Bhubaneswar
Friday, July 24, 2026
Homeଓଡିଶାନିଟ୍-ୟୁଜି ପେପର ଲିକ୍ ଘଟଣା; କେବଳ ଆଇନ ପ୍ରଣୟନ ନୁହେଁ, ଏହାର ଦୃଢ଼ ଭାବେ କାର୍ଯ୍ୟକାରୀ...

ନିଟ୍-ୟୁଜି ପେପର ଲିକ୍ ଘଟଣା; କେବଳ ଆଇନ ପ୍ରଣୟନ ନୁହେଁ, ଏହାର ଦୃଢ଼ ଭାବେ କାର୍ଯ୍ୟକାରୀ ହେବା ଆବଶ୍ୟକ: ବିଜେଡି

ଭୁବନେଶ୍ୱର: ସମ୍ପ୍ରତି ଦେଶରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଛାତ୍ର ସମାଜ ଦ୍ୱାରା ଚାଲିଥିବା ଆନେ୍ଦାଳନ ସମଗ୍ର ଦେଶକୁ ପ୍ରଭାବିତ କରିଥିବା ବେଳେ କେନ୍ଦ୍ର କ୍ୟାବିନେଟ ଆଜି ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ, ୨୦୨୪ରେ ସଂଶୋଧନକୁ ଅନୁମୋଦନ କରିଥିବା ବେଳେ ବିଜୁ ଜନତା ଦଳ ଏହା ଉପରେ ପ୍ରତିକ୍ରିୟା ଦେଇ ଏହାର ସଫଳ କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛି ।
ଆଜି ଶଙ୍ଖ ଭବନରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଥିଲେ ଯେ, ଗତ ୧୨ ବର୍ଷ ମଧ୍ୟରେ ଦେଶରେ ୧୫୦ରୁ ଅଧିକ ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଓ ଆନେ୍ଦାଳନ ମୁଣ୍ଡ ଟେକିଛି । ଏହି ଆନେ୍ଦାଳନ ସମଗ୍ର ଦେଶବାସୀଙ୍କୁ ପ୍ରଭାବିତ କରିଥିବା ବେଳେ, କେନ୍ଦ୍ର କ୍ୟାବିନେଟ୍ ଆଜି ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ, ୨୦୨୪ରେ ସଂଶୋଧନକୁ ଅନୁମୋଦନ କରିଛି । ଏହି ସଂଶୋଧନ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ଭଳି ଅନିୟମିତତା ପାଇଁ ଅଧିକ କଠୋର ଦଣ୍ଡ ବ୍ୟବସ୍ଥା ପ୍ରସ୍ତାବ ଅଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, କେବଳ ଆଇନ ପାରିତ କରିଦେଲେ ଏହି ସଙ୍କଟର ସମାଧାନ ହେବ ନାହିଁ । ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାକୁ ରୋକିବା ଏବଂ ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ଆଇନର କଡ଼ା, ନିରପେକ୍ଷ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ବିଲ୍, ୨୦୨୪କୁ ୨୦୨୪ ଡିସେମ୍ୱର ୬ ତାରିଖରେ ବିଧାନସଭାରେ ପାରିତ କରିଥିଲା । କିନ୍ତୁ ଡବଲ୍ ଇଞ୍ଜିନ୍ ସରକାର ଅମଳରେ ଗତ ୨ ବର୍ଷ ମଧ୍ୟରେ ୨୩ଟି ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଏହି ଘଟଣାଗୁଡ଼ିକରେ ଜଣେ ହେଲେ ମଧ୍ୟ ଦୋଷୀଙ୍କୁ ଦଣ୍ଡିତ କରାଯାଇନାହିଁ । ଏହା ପ୍ରମାଣ କରୁଛି ଯେ, କେବଳ କଠୋର ଆଇନ ତିଆରି କରିବା ଯଥେଷ୍ଟ ନୁହେଁ; ଆଇନକୁ ନିଷ୍ଠାର ସହିତ ଏବଂ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ସହିତ ଦୋଷୀମାନଙ୍କ ବିରୋଧରେ ଶୀଘ୍ର ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସୁନିଶ୍ଚିତ କରିବା ହିଁ ପ୍ରଶ୍ନପତ୍ର ଲିକ୍ ଭଳି ଗୁରୁତର ସମସ୍ୟାର ସ୍ଥାୟୀ ସମାଧାନର ଏକମାତ୍ର ଉପାୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking