33.8 C
Bhubaneswar
Friday, July 24, 2026
Homeଓଡିଶାକକରୋଚ୍ ଜନତା ପାର୍ଟିର ପ୍ରତିବାଦ: ୧୭ଟି ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ

କକରୋଚ୍ ଜନତା ପାର୍ଟିର ପ୍ରତିବାଦ: ୧୭ଟି ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ : ହୁଲୁସ୍ତୁଲ ରାଜଧାନୀ ଦିଲ୍ଲୀ। ରାଜରାସ୍ତାରେ ଶହଶହ ଛାତ୍ରଛାତ୍ରୀ। ନିଟ୍ ପେପର ଲିକ୍ ପେପର ଲିକ୍ ବିରୋଧରେ କକରୋଚ୍ ଜନତା ପାର୍ଟିର ପ୍ରତିବାଦ ଜାରି ରହିଛି। ସୋନମ ୱାଙ୍ଗଚୁକ୍ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ନିଟ୍ ପେପର ଲିକ୍ ନେଇ ସେ ଗତ ୨୬ ଦିନ ଧରି ଅନଶନରେ ଥିଲେ। ଦିଲ୍ଲୀ ସମେତ ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ ଶୁକ୍ରବାର କକରୋଚ୍ ଜନତା ପାର୍ଟି ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ। ସିଜେପି କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ସେମାନଙ୍କର ପ୍ରତିବାଦ ଜାରି ରହିବ।

କକରୋଚ୍ ଜନତା ପାର୍ଟି ପ୍ରତିବାଦ ଯୋଗୁଁଁ ଜନ୍ତରମନ୍ତର ପାଖରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହି ଛି। ରାଜଧାନୀର ଅନେକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ସୋନମ ୱାଙ୍ଗଚୁକ୍ ଙ୍କ ୨୬ ଦିନର ଅନଶନ ସମାପ୍ତ ହୋଇଛି। ସରକାରଙ୍କ ପ୍ରତିଶ୍ରୁତି ପରେ ସୋନମ ୱାଙ୍ଗଚୁକ୍ ତାଙ୍କର ଅନଶନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଜନ୍ତରମନ୍ତରରେ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସୋନମ ୱାଙ୍ଗଚୁକ୍ ଙ୍କ ଅନଶନ ଭାଙ୍ଗିବାରେ ଆନନ୍ଦ ପ୍ରକାଶ କରିଥିଲେ, କିନ୍ତୁ ତାଙ୍କ ଇସ୍ତଫା ପରେ ହିଁ ପ୍ରତିବାଦ ଶେଷ ହେବ ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking