29.4 C
Bhubaneswar
Thursday, July 23, 2026
Homeଓଡିଶାଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର; ରାଜ୍ୟରେ ୦୧.୦୭.୨୦୨୬କୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରି ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ଅଗ୍ରଗତି ପରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିଶ୍ଚିତ କରିବା ଲକ୍ଷ୍ୟରେ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଜୁଲାଇ ୨୦, ୨୦୨୬ ରୁ ଜୁଲାଇ ୨୯, ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରୁଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଦେଶ ପତ୍ର ଅନୁଯାୟୀ, ସିଇଓ କାର୍ଯ୍ୟାଳୟ ର ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ କୁମାର ଲୁଗୁନ ସୁନ୍ଦରଗଡ ,ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ କେନ୍ଦୁଝର , ସହାୟକ(ଆସିଷ୍ଟାଣ୍ଟ) ସିଇଓ ପ୍ରେମାନନ୍ଦ ଜେନା କଳାହାଣ୍ଡି , ଆସିଷ୍ଟାଣ୍ଟ ସିଇଓ ପ୍ରଦୀପ ମୁର୍ମୁ ଅନୁଗୋଳ ଓ ଡେ଼ପୁଟି ସେକ୍ରେଟାରୀ ଦିନମଣୀ ନାଏକ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ଚିଠା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ବିଶେଷ କରି ଦାବି ଓ ଆପତ୍ତି , ପଞ୍ଜୀକରଣ, ନୋଟିସ୍ ପ୍ରଦାନ ଓ ମାମଲା ଫଇସଲା ପ୍ରକ୍ରିୟାର ଅଗ୍ରଗତି ପ୍ରତ୍ୟକ୍ଷ ଭାବେ ଅଧିକାରୀମାନେ ତଦାରଖ କରିଥିଲେ।

ସେହିପରି ଗସ୍ତ ସମୟରେ ଅଧିକାରୀମାନେ ଜିଲ୍ଲା ନିର୍ବାଚନ ଅଧିକାରୀ , ନିର୍ବାଚକ ପଞ୍ଜୀକରଣ ଅଧିକାରୀ , ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ , ବିଏଲ୍‌ଓ ସୁପରଭାଇଜର ଓ ବିଏଲ୍‌ଓ ମାନଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ବୁଝିଥିଲେ। ଯେଉଁ ବୁଥ୍‌ କିମ୍ବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଫର୍ମ ପ୍ରସେସିଂ ଓ ଶୁଣାଣି ତ୍ୱରିତ ହୋଇନାହିଁ,ସେଠାରେ ସ୍ୱତନ୍ତ୍ର ଧ୍ୟାନ ଦେଇ ବୁଥ୍‌ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀ , ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ କାର୍ଯ୍ୟାଳୟଗୁଡ଼ିକର ନମୁନା ଯାଞ୍ଚ ମଧ୍ୟ କରିଥିଲେ। ଗସ୍ତ ଶେଷ ହେବା ପରେ ସମସ୍ତ ଅଧିକାରୀ ନିଜ ନିଜର ଅନୁଧ୍ୟାନ ଓ ଫିଲ୍ଡ ଗ୍ରାଉଣ୍ଡ ରିପୋର୍ଟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଚୂଡ଼ାନ୍ତ ସମୀକ୍ଷା ପାଇଁ ଦାଖଲ କରିବେ, ଯାହା ଦ୍ୱାରା ଯେକୌଣସି ପ୍ରଶାସନିକ କିମ୍ବା ବୈଷୟିକ ସମସ୍ୟାର ତୁରନ୍ତ ସମାଧାନ କରାଯାଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking