29.4 C
Bhubaneswar
Thursday, July 23, 2026
Homeଓଡିଶାଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶିତ

ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶିତ

ଭୁବନେଶ୍ୱର : ୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଚୟନ ପ୍ରକ୍ରିୟା ସମୟରେ ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମଲେଖଛନ୍ତି । ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୩୨,୭୮୨ ଜଣ ନାମ ଲେଖାଇଛନ୍ତି, ଏହାପରେ ବିଜ୍ଞାନରେ ୧୧,୨୯୭ ଜଣ, ବାଣିଜ୍ୟରେ ୨,୦୮୩ ଜଣ, ଧନ୍ଦାମୂଳକରେ ୨୬୧ ଜଣ ଏବଂ ସଂସ୍କୃତରେ ୧୪୭ ଜଣ ଅଛନ୍ତି । ମୋଟ ୨୩,୨୩୧ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ମିଳିଛି । କଟକର ରେଭେନସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ସର୍ବାଧିକ କଟଅଫ୍ (୭୮.୦୦%), ବାଣିଜ୍ୟରେ (୭୮.୨୦%) ଏବଂ ବିଜ୍ଞାନରେ (୯୦.୦୦% ) ହାସଲ କରିଛି । ବାଲେଶ୍ୱରର ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲେଶ୍ୱରର ଏଫଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୬୭.୬୭% କଟଅଫ୍ ସହିତ ଧନ୍ଦାମୂଳକ ଷ୍ଟ୍ରିମ୍‌ରେ ଶୀର୍ଷରେ ରହିଛି । ଉପଶାସ୍ତ୍ରୀ ଷ୍ଟ୍ରିମ୍‌ରେ ପାରଳାଖେମୁଣ୍ଡିର ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୬.୦୦% ସହିତ ସର୍ବାଧିକ କଟଅଫ୍ ରେକର୍ଡ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking