31.1 C
Bhubaneswar
Thursday, July 23, 2026
Homeଦେଶ ବିଦେଶସିକ୍କିମ ଟନେଲ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ସିକ୍କିମ ଟନେଲ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ନୂଆଦିଲ୍ଲୀ : ସିକ୍କିମର ନାମଚି ଜିଲ୍ଲାରେ ନିର୍ମାଣାଧୀନ ଏନଏଚପିସି ତିସ୍ତା ଷ୍ଟେଜ୍-୬ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୨ରେ ପହଞ୍ଚିଛି । ଅଧିକାରୀଙ୍କ ସୂଚନା ଅନୁସାରେ, ସୁଡ଼ଙ୍ଗ ଭିତରେ ଫସିଥିବା ୨୫ ଜଣ ଶ୍ରମିକଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅବଶିଷ୍ଟ ୩ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଜାରି ରଖିଛନ୍ତି ।ସୋମବାର ଦିନ ପ୍ରାୟ ଦିନ ୧ଟା ବେଳେ ଏହି ଦୁର୍ଘଟଣା ଏନଏଚପିସି ସହ ଆସାନସୋଲସ୍ଥିତ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ ର ବିଶେଷ ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନରେ ସାମିଲ ହୋଇଛନ୍ତି । ଆବଶ୍ୟକ ପଡ଼ିଲେ ମୃତକଙ୍କ ପରିଚୟ ନିଶ୍ଚିତ କରିବା ପାଇଁ ଡିଏନଏ ପରୀକ୍ଷା ମଧ୍ୟ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି ।

ଏହି ଘଟଣାକୁ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ କଥା ହୋଇଛନ୍ତି । ସୂଚନା ଅନୁସାରେ, ନିହତ ଶ୍ରମିକଙ୍କ ମଧ୍ୟରୁ କେତେକ ଝାଡ଼ଖଣ୍ଡର ଖୁଣ୍ଟି, ହଜାରିବାଗ ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ବାସିନ୍ଦା ଥିଲେ । ଦୁର୍ଘଟଣା ପରେ ଏନଏଚପିସି ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି । ଏହା ସହ ସିକ୍କିମ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ, ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁଗ୍ରହ ରାଶି ଘୋଷଣା କରାଯାଇଛି । ସରକାର ଓ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking