ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ‘ମହାରାଷ୍ଟ୍ର ବନ୍ଦ’ ଡାକରା ଦିଆଯାଇଛି । ନୂଆଦିଲ୍ଲୀର ଯନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସପକ୍ଷରେ ବଞ୍ଚିତ ବହୁଜନ ଆଘାଡ଼ି- ଭିବିଏ ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଭିବିଏ ସଭାପତି ତଥା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର କହିଛନ୍ତି, ଏହି ବନ୍ଦକୁ କଂଗ୍ରେସ, ବାମପନ୍ଥୀ ଦଳ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକ ସମର୍ଥନ କରିଛନ୍ତି। ତେବେ ବନ୍ଦରୁ ଡାକ୍ତରଖାନା, ଆମ୍ବୁଲାନ୍ସ ଏବଂ ଔଷଧ ଦୋକାନ ପରି ସମସ୍ତ ଜରୁରି ସେବାକୁ ବାଦ ଦିଆଯାଇଛି। ଦୁଗ୍ଧ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ।










