30 C
Bhubaneswar
Thursday, July 23, 2026
Homeଦେଶ ବିଦେଶଆମେରିକା–ଇରାନ ଯୁଦ୍ଧ ପ୍ରଭାବ: ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍

ଆମେରିକା–ଇରାନ ଯୁଦ୍ଧ ପ୍ରଭାବ: ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍

ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ସାମରିକ ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି । ଯୁଦ୍ଧ ପରିସ୍ଥିତି ଯେତେ ଗମ୍ଭୀର ହେଉଛି, ସେତେ ତୈଳ ବଜାର ଓ ସେୟାର ବଜାରରେ ଅସ୍ଥିରତା ବଢ଼ୁଛି । ଏହାର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଆମେରିକା ପକ୍ଷରୁ ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଚେତାବନୀ ପରେ ମଧ୍ୟପ୍ରାଚ୍ୟରେ ଅନିଶ୍ଚିତତା ଆହୁରି ବଢ଼ିଛି । ଏହାର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ୯୫ ଡଲାର ପ୍ରତି ବ୍ୟାରେଲ୍‌ରୁ ଅଧିକକୁ ପହଞ୍ଚିଥିବାରୁ ଭାରତ ପରି ତୈଳ ଆମଦାନୀକାରୀ ଦେଶମାନଙ୍କ ଚିନ୍ତା ବଢ଼ିଛି । ତୈଳ ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିବା, ପରିବହନ ଖର୍ଚ୍ଚ ବୃଦ୍ଧି ଏବଂ କମ୍ପାନୀଗୁଡ଼ିକର ଲାଭ ହ୍ରାସ ପାଇବା ଆଶଙ୍କାରେ ନିବେଶକମାନେ ସତର୍କ ହୋଇପଡ଼ିଛନ୍ତି । ଫଳରେ ସେନସେକ୍ସ ଓ ନିଫ୍ଟି ଉଭୟରେ ଗିରାବଟ ଦେଖିବାକୁ ମିଳିଛି । ବ୍ୟାଙ୍କିଂ, ଅଟୋ, ଫାର୍ମା ଓ ଆଇଟି ସେକ୍ଟରର ଅଧିକାଂଶ ଶେୟାର ବିକ୍ରି ଚାପରେ ରହିଥିବାବେଳେ ବଜାରର ସାମଗ୍ରିକ ମନୋଭାବ ଦୁର୍ବଳ ରହିଛି । ବଜାର ବିଶେଷଜ୍ଞଙ୍କ ମତରେ, ଯଦି ଆମେରିକା–ଇରାନ ସଂଘର୍ଷ ଆହୁରି ବଢ଼େ ଏବଂ ମଧ୍ୟପ୍ରାଚ୍ୟର ତୈଳ ଯୋଗାଣ ବାଧାପ୍ରାପ୍ତ ହୁଏ, ତେବେ ବିଶ୍ୱ ଅର୍ଥନୀତି ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking