32 C
Bhubaneswar
Saturday, July 18, 2026
Homeଦେଶ ବିଦେଶପୂର୍ବରୁ ବାପା କରିଥିଲେ ଅନଶନ, ଏବେ ପୁଅ ସୋନମ ୱାଙ୍ଗଚୁକ

ପୂର୍ବରୁ ବାପା କରିଥିଲେ ଅନଶନ, ଏବେ ପୁଅ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ ସୋନମ ୱାଙ୍ଗଚୁକଙ୍କ ନାମକୁ ନେଇ ଦେଶରେ ଚର୍ଚ୍ଚା ଜାରି ଥିବାବେଳେ ସୋସିଆଲ ମିଡିଆରେ ଏକ ପୁରୁଣା ଘଟଣା ବେଶ୍ ଭାଇରାଲ ହେଉଛି । ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ୧୯୮୪ ମସିହାରେ ସୋନମ ୱାଙ୍ଗଚୁକଙ୍କ ପିତା ସୋନମ ୱାଙ୍ଗ୍ୟାଲ ଲଦାଖକୁ ଅନୁସୂଚିତ ଜନଜାତି (ST) ମାନ୍ୟତା ଦେବା ଦାବିରେ ଭୂଖ ହଡ଼ତାଳ କରିଥିଲେ । ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜେ ଲେହ୍‌କୁ ଯାଇ ସୋନମ ୱାଙ୍ଗ୍ୟାଲଙ୍କୁ ଭେଟିଥିଲେ । ତାଙ୍କ ସହ ଆଲୋଚନା କରିବା ପରେ ଜୁସ୍ ପିଆଇ ଅନଶନ ଭଙ୍ଗ କରାଇଥିବା ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି । ଏହି ଘଟଣାର କିଛି ପୁରୁଣା ଫଟୋ ମଧ୍ୟ ସେୟାର କରାଯାଉଛି । ବର୍ତ୍ତମାନ ସୋନମ ୱାଙ୍ଗଚୁକ ନିଜେ ଅନଶନକୁ ନେଇ ଖବରରେ ଥିବାରୁ ତାଙ୍କ ପରିବାରର ଏହି ପୁରୁଣା ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି । ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସେୟାର କରୁଥିବା ବେଳେ ୱାଙ୍ଗଚୁକ ପରିବାରର ଦୀର୍ଘ ଦିନର ଆନ୍ଦୋଳନ ଇତିହାସ ଉପରେ ଆଲୋଚନା କରୁଛନ୍ତି ।ସୂଚନାଯୋଗ୍ୟ ଯେ, ୧୯୮୦ ଦଶକରେ ଲଦାଖ ପାଇଁ ଏସ୍‌ଟି ମାନ୍ୟତା ଦାବି ଏକ ବଡ଼ ଜନଆନ୍ଦୋଳନର ରୂପ ନେଇଥିଲା । ସ୍ଥାନୀୟ ଲୋକଙ୍କ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଏହି ଦାବି ଉଠିଥିଲା । ପରବର୍ତ୍ତୀ ସମୟରେ ଲଦାଖ ଅଞ୍ଚଳକୁ ଅନୁସୂଚିତ ଜନଜାତି ମାନ୍ୟତା ମଧ୍ୟ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking