26.7 C
Bhubaneswar
Friday, July 17, 2026
Homeଓଡିଶା"ଗୁହାରି" ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ: ଭାବ ଓ ଭକ୍ତିର ସ୍ୱରରେ ଗୁଞ୍ଜରିତ ହେବ ରବୀନ୍ଦ୍ର ମଣ୍ଡପ

“ଗୁହାରି” ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ: ଭାବ ଓ ଭକ୍ତିର ସ୍ୱରରେ ଗୁଞ୍ଜରିତ ହେବ ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ୱର: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଭକ୍ତି ସଙ୍ଗୀତ ସମାରୋହ “ଗୁହାରି” ଆୟୋଜିତ ହେବାକୁ ଯାଉଛି। ଜୁଲାଇ ୧୮, ୧୯ ଓ ୨୦ ତାରିଖ ତିନି ଦିନ ଧରି ଏହି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେବ। ଶ୍ରୀ ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ସହ ଭକ୍ତିରସପୂର୍ଣ୍ଣ ଭଜନ,ଜଣାଣ ଓ ପାରମ୍ପରିକ ସଙ୍ଗୀତକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବା ସହ ଆଜିର ଯୁବପିଢ଼ିଙ୍କ ନିକଟରେ ଆମ ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ପହଞ୍ଚାଇବା ଲକ୍ଷ୍ୟରେ “ଗୁହାରି” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ କହିଛନ୍ତି। ଗୁହାରି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର କଣ୍ଠଶିଳ୍ପୀମାନେ ବୃନ୍ଦ ଗାୟନ ପରିବେଷଣ କରିବେ। ଏଥିସହ କଣ୍ଠଶିଳ୍ପୀ ରବିନ୍ଦ୍ର କୁମାର ମହାପାତ୍ର, ମାନସୀ ପାତ୍ର, ଜଗବନ୍ଧୁ ମୁଦୁଲି, ଅର୍ଚ୍ଚନା ପାଢ଼ୀ, ବ୍ରଜମୋହନ, ଲୋପିତା ବେହେରା, ଭଗବାନ ଜେନା ଭକ୍ତି ସଙ୍ଗୀତ ପରିବେଷଣ କରିବେ। ସେହିପରି ଭାବେ ଦ୍ୱିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ହରପ୍ରିୟା ସ୍ୱାଇଁ, ବିଶ୍ୱନାଥ ମିଶ୍ର, ମନ୍ଦାକିନୀ ଶ୍ରେୟା, ଶରତ ବାରିକ, ଲିପ୍ସା ମହାପାତ୍ର, ଶିବ ଶଙ୍କର ଷଡ଼ଙ୍ଗୀ, ସସ୍ମିତା ଗୁରୁ ଏବଂ ତୃତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ରାମହରି ଦାସ, ମିନାକ୍ଷୀ ରଥ, ସୁଶାନ୍ତ କୁମାର ପଣ୍ଡା, ପ୍ରଜ୍ଞା ହୋତା, କରୁଣାକର ସେଠୀ, ଶ୍ରଦ୍ଧାଞ୍ଜଳି ସାହୁ, ଅଜୟ କୁମାର ଶତପଥୀ, ସୌମ୍ୟା ସମାପ୍ତା ମିଶ୍ର, ଅସିତ କୁମାର ନନ୍ଦ ପ୍ରମୁଖ ନିଜର ସଙ୍ଗୀତ ମାଧ୍ୟମରେ ଭାବ ଓ ଭକ୍ତିର ଅର୍ଘ୍ୟ ଅର୍ପଣ କରିବେ ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking