26.7 C
Bhubaneswar
Friday, July 17, 2026
Homeଓଡିଶାପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ବେଙ୍ଗାଲୁରୁ: ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଗୋ ବିମାନର ଟଏଲେଟରୁ ମିଳିଲା ଧମକପୂର୍ଣ୍ଣ ଚିଠି । ଏହି ଖବର ପ୍ରସାର ପରେ ଯାତ୍ରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ହେଲେ ଛାନଭିନ୍ ପରେ କୌଣସି ସନ୍ଦେହ ଜନକ ବସ୍ତୁ ମିଳିନଥିବା ସୂଚନା ରହିଛି ।

ଗୁରୁବାର ଦିନ ରାତିରେ ବେଙ୍ଗାଲୁରୁରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ଇଣ୍ଡିଗୋ ବିମାନର ଟଏଲେଟ ରୁମରେ ଏକ ହାତ ଲେଖା ଚିଟ୍ ମିଳିଥିଲା । ଯାହା ବୋମା ଧମକ ନୋଟ୍ ଥିଲା । ଯେଉଁଥିରେ ଲେଖାଯାଇଥିଲା ଯେ, ଡୋଣ୍ଟ ଗୋ, ବମ୍ ହୈ, ପ୍ଲିଜ୍ । ଏହି ନୋଟ୍ ମିଳିବା ପରେ ବିମାନଟିକୁ ତୁରନ୍ତ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା । ବୋମା ଧମକ ମିଥ୍ୟା ଥିଲା ବୋଲି ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ ଉଡ଼ାଣର ବିଳମ୍ବ ହେବାରୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା । ଇଣ୍ଡିଗୋ ଏହି ଘଟଣା ସମ୍ପର୍କରେ ଏକ ପୋଲିସ ଅଭିଯୋଗ ଦାଖଲ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking