30.6 C
Bhubaneswar
Thursday, July 16, 2026
Homeଓଡିଶାବର୍ଷାରେ ବେହାଲ ବଡ଼ଦାଣ୍ଡ!

ବର୍ଷାରେ ବେହାଲ ବଡ଼ଦାଣ୍ଡ!

ପୁରୀ: ପବିତ୍ର ରଥଯାତ୍ରା ମଧ୍ୟରେ ପୁରୀରେ ଲଗାଣ ବର୍ଷା ଯୋଗୁଁ ବଡ଼ଦାଣ୍ଡର ଅନେକ ସ୍ଥାନରେ ପାଣି ଜମିଯାଇଛି । ବର୍ଷାରେ ଭିଜି ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେମାନଙ୍କ ଉତ୍ସାହରେ କୌଣସି କମି ଦେଖିବାକୁ ମିଳିନାହିଁ । ଲଗାତାର ବର୍ଷା ଫଳରେ ଡ୍ରେନେଜ୍ ବ୍ୟବସ୍ଥା ଉପରେ ଅଧିକ ଚାପ ପଡ଼ିଥିବାବେଳେ କେତେକ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଏହା ପୁରୀ ପୌରପାଳିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରଶାସନ ତୁରନ୍ତ କାର୍ଯ୍ୟରେ ଲାଗିପଡ଼ିଛି । ୧୫୦ରୁ ଅଧିକ କର୍ମଚାରୀଙ୍କୁ ପାଣି ନିଷ୍କାସନ କାମରେ ନିୟୋଜିତ କରାଯାଇଛି । ସେହିପରି ୧୫ରୁ ଅଧିକ ଅତ୍ୟାଧୁନିକ ହାଇ-କ୍ୟାପାସିଟି ପମ୍ପ ସାହାଯ୍ୟରେ ବଡ଼ଦାଣ୍ଡରୁ ପାଣି ନିଷ୍କାସନ କରାଯାଉଛି, ଯାହାଦ୍ୱାରା ରଥଯାତ୍ରାରେ କୌଣସି ବାଧା ସୃଷ୍ଟି ନ ହୁଏ । ପ୍ରଶାସନର ପ୍ରୟାସ ରହିଛି ଯେ, ଭକ୍ତମାନେ ସୁରକ୍ଷିତ ଓ ସୁବିଧାଜନକ ଭାବେ ରଥଯାତ୍ରାରେ ସାମିଲ ହୋଇପାରନ୍ତୁ । ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କ ଆସ୍ଥା ଅଟୁଟ ରହିଛି, ଆଉ ସେହି ଆସ୍ଥାକୁ ସମ୍ମାନ ଦେଇ ପ୍ରଶାସନ ମଧ୍ୟ ପରିସ୍ଥିତି ସ୍ୱାଭାବିକ କରିବାକୁ ଦିନରାତି କାମ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking