28.7 C
Bhubaneswar
Thursday, July 16, 2026
Homeଓଡିଶାଆରମ୍ଭ ହେଲା ମା' ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି

ଆରମ୍ଭ ହେଲା ମା’ ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ଏବଂ ଭାବବିହ୍ୱଳ କରୁଥିବା ପରମ୍ପରା ପହଣ୍ଡି ବିଜେ । ଶଙ୍ଖଧ୍ୱନି, ଘଣ୍ଟ, କାହାଳୀ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ଆରମ୍ଭ ହୋଇଛି ମା’ ସୁଭଦ୍ରାଙ୍କ ପବିତ୍ର ପହଣ୍ଡି ବିଜେ । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ଜୟ ମା ସୁଭଦ୍ରା” ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି । ମା’ ସୁଭଦ୍ରାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଥିବା ଉତ୍କଣ୍ଠା ଆଜି ଚରମ ସୀମାରେ ପହଞ୍ଚିଛି । ବର୍ଷକର ଅପେକ୍ଷା ପରେ ଆଜି ମା’ ନିଜେ ରତ୍ନସିଂହାସନରୁ ବାହାରି ଭକ୍ତଙ୍କ ଗହଣକୁ ଆସୁଛନ୍ତି । ଏହି ଦିବ୍ୟ ମୁହୂର୍ତ୍ତକୁ ନିଜ ଆଖିରେ ଦେଖିବା ପାଇଁ ଦେଶ ଓ ବିଦେଶର ବିଭିନ୍ନ ପ୍ରାନ୍ତରୁ ଅସଂଖ୍ୟ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ପାରମ୍ପରିକ ପହଣ୍ଡି ଶୈଳୀରେ ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ମା’ ସୁଭଦ୍ରା ଦର୍ପଦଳନ ରଥ ଅଭିମୁଖେ ଅଗ୍ରସର ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking