27.8 C
Bhubaneswar
Wednesday, July 15, 2026
Homeଓଡିଶାନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ

ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମୀ ଶ୍ମଶାନରୁ ବନ ବିଭାଗ ଦ୍ୱାରା କାବୁ ହୋଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନବରଙ୍ଗପୁର ଠାରେ ମୃତ ଭାଲୁର ପୋଷ୍ଟମର୍ଟମ କରାଯାଇଛି ଏବଂ ଅଧିକ ଯାଞ୍ଚ ପାଇଁ ଏହାର ନମୁନା ଭୁବନେଶ୍ୱର ପଠାଯାଇଛି। ତେବେ ଗତ ୧୩ ତାରିଖ ଦିନ କୁସୁମୀ ଶ୍ମଶାନରେ ଛେଳି ଚରାଉ ଥିବା ଫଗୁନୁ ଗୌଡ଼(୩୦)ଙ୍କୁ ଆକ୍ରମଣ କରି ମାରିଦେଇଥିଲା। ଏହା ପରେ କୁସୁମୀ ଗାଁରେ ଲୋକେ ଭୟଭୀତରେ ରହିଥିଲେ। ବନ ବିଭାଗ କର୍ମଚାରୀ ଏବଂ ନବରଙ୍ଗପୁରରୁ ରେପିଟ ରେସ୍ପନ୍ସ ଟିମ୍‌ ଆସି ତାକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରାଙ୍କୁଲାଇଜର କରି ଯନ୍ତାରେ ଭର୍ତ୍ତିକରି ପାପଡ଼ାହାଣ୍ଡି ନିଆଯାଇଥିଲା। ପରେ ସେଠାରେ ଭାଲୁର ମୃତ୍ୟୁ ଘଟିଥିଲା। ତେବେ ଅତ୍ୟଧିକ ଚେତାବୁଡ଼ା ଔଷଧ ଯୋଗୁ ନା ଅନ୍ୟ କୌଣସି କାରଣରୁ ଭାଲୁର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଭୁବନେଶ୍ୱରରୁ ଲ୍ୟାବ୍‌ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନବରଙ୍ଗପୁର ଏସ୍‌ଏଫ୍‌ଓ ଦିବ୍ୟ ମାଧୁରୀ ସେଠୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking