28.4 C
Bhubaneswar
Tuesday, July 14, 2026
Homeଓଡିଶାଜେଲ ଗଲେ ମନୋଜ ପାଢୀ

ଜେଲ ଗଲେ ମନୋଜ ପାଢୀ

ଭୁବନେଶ୍ୱର: ଜେଲ ଗଲେ ମନୋଜ ପାଢୀ । ଜାମିନ ଆବେଦନ ଖାରଜ ପରେ ଜେଲ ଗଲେ ଏସସିଇଆରଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ । କଟକ ଜେଏମଏଫସି-୩ କୋର୍ଟରେ ମନୋଜ ପାଢୀଙ୍କ ଜାମିନ ଆବେଦନ ଖାରଜ କରାଯାଇଥିଲ।। ସୂଚନା ଥାଉକି, ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ ମନୋଜ ପାଢୀ । ଏହାପୂର୍ବରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରା ଉଚରା କରିବା ସହ ବିଭିନ୍ନ ଦସ୍ତାବିଜ, ରେକର୍ଡ ମଧ୍ୟ ଖୋଳତାଡ କରିଥିଲା । ପରେ ମନୋଜ ପାଢୀଙ୍କୁ ଗିରଫ କରାଗଲା । ଏହାରି ଭିତରେ କ୍ରାଇମବ୍ରାଞ୍ଚ ସାଂଘାତିକ ତଥ୍ୟ ଦେଇ କହିଛି, ବହି ତ୍ରୁଟିରେ ୧୭୫ କୋଟି ଟଙ୍କା କ୍ଷତି ହୋଇଛି । କର୍ତ୍ତବ୍ୟରେ ଚରମ ଅବହେଳା ସହ ଜାଣିଶୁଣି ତ୍ରୁଟି କରିଥିବା ସୂଚନା ଦେଇଛନ୍ତି । ସମ୍ପୁର୍ଣ୍ଣ ତଦାରଖ, ସମନ୍ୱୟ, ନୀରିକ୍ଷଣ, ଅନୁମୋଦନ ଦାୟିତ୍ୱରେ ଥିଲେ ମନୋଜ । ବିନା ଯାଞ୍ଚରେ ମୁଦ୍ରଣ ପାଇଁ ପଠାଇଥିବା ଅପରାଧିକ କାର୍ଯ୍ୟ । ବିଏନଏସ ୩୧୬(୫),୨୦୧,୬୧(୨) ଏବଂ ୩/୫ରେ ମାମଲା ରୁଜୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking