29.9 C
Bhubaneswar
Tuesday, July 14, 2026
Homeଦେଶ ବିଦେଶହର୍ମୁଜ ପ୍ରଣାଳୀରେ ୨ ତେଲ ଟାଙ୍କର ଉପରକୁ କ୍ଷେପଣାସ୍ତ୍ର ମାଡ଼: ଭାରତୀୟ ମୃତ

ହର୍ମୁଜ ପ୍ରଣାଳୀରେ ୨ ତେଲ ଟାଙ୍କର ଉପରକୁ କ୍ଷେପଣାସ୍ତ୍ର ମାଡ଼: ଭାରତୀୟ ମୃତ

ନୂଆଦିଲ୍ଲୀ: ଇରାନର କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁଇଟି ପ୍ରମୁଖ ତେଲ ଟାଙ୍କର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୮ ଜଣ ଆହତ ହୋଇଛନ୍ତି ।  ବାରମ୍ବାର ଚେତାବନୀ ସତ୍ତ୍ୱେ ଜାହାଜଗୁଡ଼ିକ ନାଭିଗେସନ୍ ବନ୍ଦ କରି ‘ମାଇନ୍ ରୁଟ୍’ ଦେଇ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିବା ଇରାନର ‘ଆଇଆରଜିସି’ ଦାବି କରିଛି ।  ଓମାନ ସାମୁଦ୍ରିକ ସୀମା ମଧ୍ୟରେ ‘ମୋମ୍ବାସା’ ଓ ‘ଅଲ୍ ବାହିୟା’ ଉପରେ ହୋଇଥିବା ଏହି ଆକ୍ରମଣକୁ ୟୁଏଇ ତୀବ୍ର ନିନ୍ଦା କରି ଜବାବ ଦେବାର ଅଧିକାର ରଖିଛି ବୋଲି କହିଛି ।  ଇରାନ ଏଥିପାଇଁ ଆମେରିକାକୁ ଦାୟୀ କରିଥିବା ବେଳେ ଫେବୃଆରୀରୁ ଜାରି ଏହି ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି।ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରିବହନ ଉପରେ ପୁନର୍ବାର ଅବରୋଧ ଲଗାଇବା ସହ ନିଜକୁ ‘ହରମୁଜର ସୁରକ୍ଷାକାରୀ’ ଘୋଷଣା କରିଛନ୍ତି ଏବଂ ମାଲବାହୀ ଜାହାଜଗୁଡ଼ିକରୁ ୨୦ ପ୍ରତିଶତ ସୁରକ୍ଷା ଖର୍ଚ୍ଚ ଦାବି କରିଛନ୍ତି । ଏହାର କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଇରାନର ଉପକୂଳବର୍ତ୍ତୀ ସର୍ଭେଲାନ୍ସ ସିଷ୍ଟମ ଓ କ୍ଷେପଣାସ୍ତ୍ର ଘାଟି ଉପରେ ଲଗାତାର ତୃତୀୟ ରାତି ପାଇଁ ବୋମାବର୍ଷଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking