32.1 C
Bhubaneswar
Monday, July 13, 2026
Homeଓଡିଶା୬୫ ଲୁହାପଥର ଖଣିକୁ କାରଣ ଦର୍ଶାଅ ନୋଟିସ

୬୫ ଲୁହାପଥର ଖଣିକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ରାଜ୍ୟ ସରକାର ଅନୁମୋଦିତ ଖଣି ଯୋଜନା ଉଲ୍ଲଂଘନ କରି ଲୁହାପଥର ଗ୍ରେଡ୍ ହେରଫେର କରିବା ଅଭିଯୋଗରେ ୬୫ ଜଣ ଲୁହପଥର ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ରାଜ୍ୟସ୍ତରୀୟ ପ୍ରବର୍ତ୍ତନ ସ୍କ୍ବାଡ୍‌ର ଯାଞ୍ଚ ପରେ ଜଣାପଡ଼ିଛି ଯେ, ଅନେକ ଖଣି ଅପରେଟର ରୟାଲ୍ଟି ଏବଂ ଅନ୍ୟାନ୍ୟ ବୈଧାନିକ ଦେୟ ହ୍ରାସ କରିବା ପାଇଁ ଉତ୍ତୋଳିତ ଖଣିଜର ଗୁଣବତ୍ତାକୁ କମ କରି ଦର୍ଶାଉଥିଲେ। ଏହି ବେଆଇନ କାର୍ଯ୍ୟ ଯୋଗୁଁ ରାଜ୍ୟ ରାଜକୋଷକୁ ପ୍ରାୟ ୪,୧୬୨.୭୯ କୋଟି ଟଙ୍କାର ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି।ବିଧାନସଭାରେ ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ଯେ, କୋଇଡା ଏବଂ ଯୋଡା ଖଣି ସର୍କଲରୁ ଗ୍ରେଡ୍ ହେରଫେରର ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଖଣି ମାଲିକମାନେ ଉଚ୍ଚ-ଗ୍ରେଡ୍ ଖଣିଜକୁ ନିମ୍ନ-ଗ୍ରେଡ୍ ଭାବେ ଦର୍ଶାଇ ଟିକସ ଫାଙ୍କିଥିବା ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି।ନୋଟିସରେ ଖଣିର ବେଆଇନ ସବ୍-ଲିଜ୍ ଏବଂ ଅନୁମୋଦିତ ସୀମା ବାହାରେ ଉତ୍ପାଦନ ନେଇ ମଧ୍ୟ ଉଲ୍ଲେଖ ରହିଛି। ସେମାନଙ୍କର ଖଣି ଲିଜ୍ କାହିଁକି ବାତିଲ କରାଯିବ ନାହିଁ ଏବଂ କାର୍ଯ୍ୟଦକ୍ଷତା ସୁରକ୍ଷା ଜମା କାହିଁକି ଜବତ କରାଯିବ ନାହିଁ, ସେ ନେଇ ସରକାର ଉତ୍ତର ମାଗିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଖଣି ମାଫିଆ ଓ ନିୟମ ଉଲ୍ଲଂଘନକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking