33.4 C
Bhubaneswar
Monday, July 13, 2026
Homeଦେଶ ବିଦେଶପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ: ଅଶୋଧିତ ତେଲ ଦର ୭୯ ଡଲାର ପାର୍

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ: ଅଶୋଧିତ ତେଲ ଦର ୭୯ ଡଲାର ପାର୍

ନୂଆଦିଲ୍ଲୀ:  ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କାର ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି । ଅଶୋଧିତ ତେଲ ମୂଲ୍ୟରେ ହଠାତ୍ ବୃଦ୍ଧି ଦେଖାଦେଇଛି । ରିପୋର୍ଟ ଅନୁସାରେ, ଅଶୋଧିତ ତେଲ ଦରରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିଛି । ଫଳରେ ବ୍ୟାରେଲ ପିଛା ଦର ୭୯ ଡଲାରରେ ପହଞ୍ଚିଛି । ବିଶ୍ୱରେ ଯୁଦ୍ଧ ଓ ଭୌଗୋଳିକ ତଣାପୋଡ଼ ବଢ଼ିଲେ ତେଲ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ କିଣାବିକାରେ ଚାପ ବଢ଼ିଛି । ତେଲ ଦର ବଢ଼ିବାର ସିଧାସଳଖ ପ୍ରଭାବ ଭାରତ ଭଳି ତେଲ ଆମଦାନୀ ନିର୍ଭର ଦେଶ ଉପରେ ପଡ଼ିପାରେ । ଏହାର ପ୍ରଭାବରେ ପେଟ୍ରୋଲ-ଡିଜେଲ ଦର, ପରିବହନ ଖର୍ଚ୍ଚ ଏବଂ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ନଜର ରହିଛି । ଅନ୍ୟପଟେ, ଯୁଦ୍ଧ ପରିସ୍ଥିତି ଓ ଅନ୍ତର୍ଜାତୀୟ ବଜାରର ଗତିବିଧି ଉପରେ ନିବେଶକ ଏବଂ ଅର୍ଥନୀତି ବିଶେଷଜ୍ଞମାନେ ନଜର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking