33.4 C
Bhubaneswar
Monday, July 13, 2026
Homeଓଡିଶା୧୯ରେ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି 

୧୯ରେ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି 

ପୁରୀ : ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ । ଏନେଇ ରତ୍ନଭଣ୍ଡାର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ସମ୍ପୂର୍ଣ୍ଣ ଗଣତି କରାଯାଇନଥିଲା । ଏବେ ରଥଯାତ୍ରା ପରେ ବାକି ଥିବା ଗହଣାର ଗଣନା କରାଯିବ । ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଭିନ୍ନ ଅଳଙ୍କାରର ହିସାବ ରଖିବା ପାଇଁ ଏହି ପ୍ରକ୍ରିୟା କରାଯିବ। ଗହଣାର ସୁରକ୍ଷା ଓ ସଠିକ ତଥ୍ୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି । ରତ୍ନଭଣ୍ଡାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏହି ଗଣତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ରତ୍ନଭଣ୍ଡାର କମିଟିର ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ଗହଣାର ଯାଞ୍ଚ ଓ ଗଣନା କାର୍ଯ୍ୟ ଆଗକୁ ବଢ଼ିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking