33.3 C
Bhubaneswar
Sunday, July 12, 2026
Homeଓଡିଶାଆସୁଛି ଲଘୁଚାପ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଲର୍ଟ

ଆସୁଛି ଲଘୁଚାପ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ୱର: ଆଗକୁ ଆସୁଛି ଲଘୁଚାପ। ରାଜ୍ୟରେ ଭୀଷଣ ବର୍ଷା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୧୩ ଓ ୧୪ ତାରିଖରେ ବେଳକୁ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତର ବଙ୍ଗୋସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଦୁର୍ବଳ ଲଘୁଚାର ରୂପ ନେବ। ଫଳରେ ୧୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ୧୩ ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲିଠୁ ବର୍ଷା ପରିମାଣ ବଢିବ। କାଲି ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଦ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଭଦ୍ରକ କେନ୍ଦ୍ରପଡା, କନ୍ଧମାଳ, କଳାହାଣ୍ଡି ଓ ରାୟଗଡାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking