ଭୁବନେଶ୍ୱର: ରାଜଧାନୀରେ ପୁଣି ହିଟ ଆଣ୍ଡ ରନ୍। ଦୁଇ ଦୁର୍ଘଟଣାରେ ଚାଲିଗଲା ୨ଟି ଜୀବନ। ତମାଣ୍ଡୋ ଓ ସିଆରପି ଛକ ଓଭରବ୍ରିଜ୍ ରେ ଦୁର୍ଘଟଣ। ସିଆରପି ଓଭରବ୍ରିଜ୍ ରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର। ମୃତକ ହେଲେ ପଶ୍ଚିମବଙ୍ଗର ସୌମ୍ୟ ରଞ୍ଜନ ମାନା। ଗୁରୁତର ଯୁବକ ହେଲେ ଜଗତସିଂହପୁର ଜିଲ୍ଲାର ଜ୍ୟୋତି ରଞ୍ଜନ ସାହୁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି। ସେହିପରି ତମାଣ୍ଡୋ ଅଞ୍ଚଳରେ ରାସ୍ତା ପାର ବେଳେ ଟ୍ରକ୍ ଧକ୍କାରେ ଜଣେ ମୃତ। ମୃତକଙ୍କ ପରିଚୟ ଏପର୍ୟ୍ୟନ୍ତ ମିଳିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡ଼ି ସହ ଫେରାର ହୋଇଯାଇଛି।










