33.1 C
Bhubaneswar
Friday, July 10, 2026
Homeଓଡିଶାନରସିଂହପୁରରେ ନିର୍ମାଣ ହେବ ଆଧୁନିକ ଶ୍ମଶାନ ଗୃହ: କାମ ତଦାରଖ କଲେ ବିଧାୟକ

ନରସିଂହପୁରରେ ନିର୍ମାଣ ହେବ ଆଧୁନିକ ଶ୍ମଶାନ ଗୃହ: କାମ ତଦାରଖ କଲେ ବିଧାୟକ

କଟକ: ନରସିଂହପୁରବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ନିର୍ମାଣ ହେବ ଆଧୁନିକ ଶ୍ମଶାନ ଗୃହ ଓ ବିକଶିତ ହେବ ହନୁମନ୍ତ ସାଗର । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ନରସିଂହପୁର ବିଧାୟକ ବିଜୟ ଦଳ ବେହେରା । ତାଙ୍କ ସହ ବ୍ଲକ ବିକାଶ ଅଧିକାରୀ ପ୍ରଳୟାନନ୍ଦ ଶତପଥୀ, ତହସିଲଦାର ଅମୃତା ସାହୁ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପରିଦର୍ଶନ ସମୟରେ ବିଧାୟକ କହିଥିଲେ ଯେ, ସ୍ମଶାନ ଗୃହ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି । ଠିକାଦାରଙ୍କୁ ପ୍ରାୟ ଚାରି ଏକର ଜମି ହସ୍ତାନ୍ତର କରାଯାଇଥିବା ବେଳେ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ନିର୍ମାଣ ହେବାକୁ ଥିବା ଏହି ଆଧୁନିକ ସ୍ମଶାନ ଗୃହରେ କାଠ ଚୁଲା ସହିତ ବୈଦ୍ୟୁତିକ ଚୁଲାର ବ୍ୟବସ୍ଥା ରହିବ ।

ଶବ ପରିବହନ ପାଇଁ ସ୍ୱତନ୍ତ୍ର ଗାଡ଼ି, ପର୍ଯ୍ୟାପ୍ତ ଆଲୋକୀକରଣ, ମୌଳିକ ସୁବିଧା ଏବଂ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ଉପଲବ୍ଧ କରାଯିବ । ଏହା ନରସିଂହପୁର ବ୍ଲକର ସମସ୍ତ ଜନସାଧାରଣଙ୍କ ପାଇଁ ଉପଯୋଗୀ ହେବ ବୋଲି ବିଧାୟକ କହିଛନ୍ତି । ସେହିପରି ହନୁମନ୍ତ ସାଗରର ଉନ୍ନୟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ପ୍ରକଳ୍ପର କାମ ଗୁଣାତ୍ମକ ଭାବେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବାକୁ ବିଧାୟକ ଠିକାଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏକ ବର୍ଷ ମଧ୍ୟରେ ସମସ୍ତ କାମ ଶେଷ କରିବା ପାଇଁ ସେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଦୁଇଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନରସିଂହପୁର ଅଞ୍ଚଳର ଦୀର୍ଘଦିନର ଦାବି ପୂରଣ ହେବା ସହ ସାଧାରଣ ଲୋକଙ୍କୁ ବହୁତ ସୁବିଧା ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking