27.9 C
Bhubaneswar
Thursday, July 9, 2026
Homeଦେଶ ବିଦେଶରୁଷର ତୈଳ ଡିପୋ,ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ

ରୁଷର ତୈଳ ଡିପୋ,ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ

ୟୁକ୍ରେନ: ୟୁକ୍ରେନ ପକ୍ଷରୁ ରୁଷର ଇନ୍ଧନ ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରହିଛି। ୟୁକ୍ରେନର ଡ୍ରୋନ୍ ରୁଷର ତୈଳ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ସହ ଆଜୋଭ ସାଗରରେ ଦୁଇଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ କରିଛି । ତୈଳ ଟ୍ୟାଙ୍କରଗୁଡିକରେ ନିଆଁ ଲାଗି ଯାଇଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ରାତିସାରା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି । ପଶ୍ଚିମ ରୁଷ ସହର ଟଭରରେ ଏକ ତୈଳ ଡିପୋରେ ଗୁରୁବାର ସକାଳେ ଏକ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଛି ବୋଲି କାର୍ଯ୍ୟକାରୀ ଆଞ୍ଚଳିକ ରାଜ୍ୟପାଳ ଭିଟାଲି କୋରୋଲିଓଭ କହିଛନ୍ତି।ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ ପାଇଁ ଲାଇସେନ୍ସ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଏହି ଆକ୍ରମଣ ହୋଇଛି । ତୁର୍କିରେ ନାଟୋ ଶିଖର ସମ୍ମିଳନୀ ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଏକ ବୈଠକ ସମୟରେ ସେ ଏହି ଘୋଷଣା କରିଥିଲେ।ୟୁକ୍ରେନ ପକ୍ଷରୁ ତୈଳ ବିଶୋଧନାଗାର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁଁ ରୁଷରେ ଇନ୍ଧନ ସଙ୍କଟ ସୃଷ୍ଟି ହୋଇଛି । ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଅଭାବ ଏବଂ ଇନ୍ଧନ ଅଭାବ ଥିବା ରିପୋର୍ଟ ହୋଇଛି। ଲୋକେ ଟାଙ୍କି ପୂରଣ କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking