କଟକ: ବାଇକ ଆରୋହୀଙ୍କ ଉପରେ ଚଢିଗଲା ଆମ ବସ । କଟକ ବାଦାମବାଡି ଥାନା ମଲାଚଣ୍ଡିଆ ଛକରେ ଦୁର୍ଘଟଣା ଘଟିଛି । ମଲାଚଣ୍ଡିଆ ଛକରୁ ସିଏନବିଟିକୁ ସଂଯୋଗ କରୁଥିବା ରାସ୍ତାରେ ଆମବସଟି ଦ୍ରୁତ ଗତିରେ ଭିତରକୁ ପ୍ରବେଶ କରିବା ବେଳେ ବାଇକ ଆରୋହୀଙ୍କୁ ୧୦ ଫୁଟ ଘୋଷାଡି ନେଇଥିଲା । ଫଳରେ ବାଇକ ଆରୋହୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବାଦାମବାଡି ପୋଲିସକୁ ଖବର ଦେଇ ଗୁରୁତର ବାଇକ ଆରୋହୀଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରିଛନ୍ତି । ହେଲେ ଆମ ବସ ଡ୍ରାଇଭର ଏହାରି ଭିତରେ ଚମ୍ପଟ ମାରିଦେଇଛି ।ଘଟଣାସ୍ତଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ରେ ରେକର୍ଡ ହୋଇଥିବା ଦୃଶ୍ୟ ମଧ୍ୟ ଯାଞ୍ଚ କରୁଛି । ତେବେ ଆମ ବସ ଡ୍ରାଇଭରଙ୍କ ଏଭଳି ବେପରୁଆ ଗାଡି ଚାଳନ ପାଇଁ ନୀରିହ ଲେକଙ୍କ ଜୀବନ ଯାଉଛି । ସାବାଡ ହେଉନାହାନ୍ତି ଆମ ବସ ଡ୍ରାଇଭ୍ର । ଆଉ କେତେ ଜଣଙ୍କ ମୁଣ୍ଡ ଗଡିଲେ ସାବାଡ ହେବେ , ସଚେତନ ହେବେ ତାହା ବଡ ପ୍ରଶ୍ନ ।










