କଟକ : ଚୌଦ୍ୱାର ପୌରପରିଷଦରେ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ଝଟକା ଲାଗିଛି । ୧୨ ନମ୍ବର ୱାର୍ଡର ଦୁଇ ଦୁଇ ଥରର କାଉନସିଲର ସୁବ୍ରତ କୁମାର ସାମଲ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଅଚାନକ ନିଷ୍ପତ୍ତି ପରେ ସ୍ଥାନୀୟ ଚୌଦ୍ୱାର ବିଜେଡି ସଂଗଠନରେ ଏକପ୍ରକାର ରାଜନୈତିକ କମ୍ପନ ସୃଷ୍ଟି ହୋଇଛି ।ନିଜ ଇସ୍ତଫାପତ୍ରରେ ସୁବ୍ରତ କୁମାର ସାମଲ ଦଳ ଛାଡ଼ିବାର ପ୍ରମୁଖ କାରଣ ଉଲ୍ଲେଖ କରି ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି । ସେ ଦର୍ଶାଇଛନ୍ତି ଯେ, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିଲେ । ଏହା ସହିତ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳଙ୍କ ସହଯୋଗ କ୍ରମେ ସେ ନିଜ ୱାର୍ଡର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।










