32.2 C
Bhubaneswar
Tuesday, July 7, 2026
Homeଦେଶ ବିଦେଶମାକ୍ରୋନଙ୍କ ସିରିଆ ଗସ୍ତ ବେଳେ ବିସ୍ଫୋରଣ

ମାକ୍ରୋନଙ୍କ ସିରିଆ ଗସ୍ତ ବେଳେ ବିସ୍ଫୋରଣ

ନୂଆଦିଲ୍ଲୀ: ଇମାନୁଏଲ ମାକ୍ରୋନ ସିରିଆ ଗସ୍ତରେ ଥିବା ବେଳେ ବିସ୍ଫୋରଣ । ଫାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସିରିଆ ଗସ୍ତରେ ଥିବା ବେଳେ ଡାମାସ୍କସରେ ସିରିଜ ବିସ୍ଫୋରଣ । ରାଷ୍ଟ୍ରପତି ଅହମ୍ମଦ ଅଲ- ଶାରାଙ୍କୁ ଭେଟିବା ପାଇଁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ମାତ୍ରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା । କିନ୍ତୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସୁରକ୍ଷିତ ଥିବା ଜଣାପଡିଛି । ସିରିଆନ ଗଣମାଧ୍ୟମ ଅନୁଯାୟୀ,ଡାମାସ୍କସର ମଧ୍ୟଭାଗରେ ବିସ୍ଫୋରଣ ହୋଇଥିଲା । ନିଆଁ ଚାରିଆଡେ ବ୍ୟାପି ଯାଇ କଳା ଧୂଆଁର ଆସ୍ତରଣ ଦେଖାଦେଇଥିଲା । ବିସ୍ଫୋରଣରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୮ ଜଣ ଆହତ ହୋଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ, ମାକ୍ରନଙ୍କ କାଫଲା ରାଷ୍ଟ୍ରପତି ଭବନ ଅଭିମୁଖେ ଯିବାର କିଛି ସମୟ ପରେ ପ୍ରଥମ ବିସ୍ଫୋରଣ ଘଟିଥିଲା । ପରେ ସେ ସିରିଆ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ । ପୁଣି କିଛି ମିଟର ଦୂରରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା ଯେଉଁଥିରେ କିଛି ଲୋକ ଏବଂ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking