27.8 C
Bhubaneswar
Monday, July 6, 2026
Homeଓଡିଶାପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଜାତୀୟ ମହିଳା ମଞ୍ଚର...

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଜାତୀୟ ମହିଳା ମଞ୍ଚର ସଦସ୍ୟା

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଜାତୀୟ ମହିଳା ମଞ୍ଚର ଏକ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେl ପତ୍ରରେ 33% ମହିଳା ଆରକ୍ଷଣ ବିଲ ଲାଗୁ କରିବା, ଡ଼ିଲିମିଟେସନ ସହ ମହିଳା ଆରକ୍ଷଣକୁ ପୃଥକ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ l ଆଗାମୀ 20 ତାରିଖ ସଂସଦ ଆରମ୍ଭ ହେବ ଏବଂ ଏହି ଦିନ ସମସ୍ତ ରାଜ୍ୟର ରାଜଭବନ ସାମ୍ନାରେ ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ଅଛି l ମଞ୍ଚର ପ୍ରତିନିଧି ଦଳ ଇଣ୍ଡିଆ ମେଣ୍ଟର ରାଜନୈତିକ ଦଳଙ୍କ ସହ ସାକ୍ଷାତ କରି ସମର୍ଥନ ଲୋଡିଛନ୍ତି l ପିସିସି ସଭାପତି ଶ୍ରୀ ଦାସ ମଞ୍ଚର ସଦସ୍ୟାଙ୍କୁ ସ୍ୱାଗତ କରିବା ସହ ବିକ୍ଷୋଭ କାର୍ଯ୍ୟକ୍ରମକୁ କଂଗ୍ରେସ ପୂର୍ଣ୍ଣରୁପରେ ସମର୍ଥନ ଦେବ ଏବଂ ଆବଶ୍ୟକ ସହଯୋଗ କରିବ ବୋଲି ପ୍ରକାଶ କରିଛନ୍ତି l ଏହି ପ୍ରତିନିଧି ଦଳରେ ମାର୍କବାଦୀ କମ୍ୟୁନିଷ୍ଟ ଦଳର ସମ୍ପାଦକ ସୁରେଶ ପାଣିଗ୍ରାହୀ, ପ୍ରଫେସର ଆଶା ହଂସ, ତାପସୀ ପ୍ରହରାଜ, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ, କସ୍ତୁରୀ ମହାପାତ୍ର, ଭାନୁମତି ରେଡ୍ଡୀ ପ୍ରମୁଖ ସାକ୍ଷାତ କାର୍ଯ୍ୟକ୍ରମରେ ଭାଗ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking