28.9 C
Bhubaneswar
Monday, July 6, 2026
Homeଓଡିଶାଶ୍ରୀମନ୍ଦିର ଦାନ ହୁଣ୍ଡି ଅଡିଟକୁ ନେଇ ନରସିଂହ ମିଶ୍ରଙ୍କ ବିସ୍ଫୋରକ ଅଭିଯୋଗ: ଏସଆଇଟି ତଦନ୍ତ ଦାବି

ଶ୍ରୀମନ୍ଦିର ଦାନ ହୁଣ୍ଡି ଅଡିଟକୁ ନେଇ ନରସିଂହ ମିଶ୍ରଙ୍କ ବିସ୍ଫୋରକ ଅଭିଯୋଗ: ଏସଆଇଟି ତଦନ୍ତ ଦାବି

ଭୁବନେଶ୍ୱର: ରାମ ମନ୍ଦିର ଓ ବଦ୍ରିନାଥ ମନ୍ଦିରର ଦାନ ହୁଣ୍ଡିରୁ ଚୋରି ଘଟଣା ପରେ ଏବେ ଶ୍ରୀମନ୍ଦିର ହୁଣ୍ଡିକୁ ନେଇ ଉଠିଛି ପ୍ରଶ୍ନ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଶ୍ରୀମନ୍ଦିର ହୁଣ୍ଡି ଅଡିଟକୁ ନେଇ ବିସ୍ଫୋରକ ତଥ୍ୟ ରଖିଛନ୍ତି । ସେ କହିଛନ୍ତି , ଶ୍ରୀମନ୍ଦିରର ଦାନ ହୁଣ୍ଡିର ପ୍ରତିବର୍ଷ ଅଡିଟ ହୋଇ ଏହାର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ ହେବା କଥା । କିନ୍ତୁ ୨୦୧୫ ମସିହା ପରଠାରୁ ଆଉ କୌଣସି ଅଡିଟ ରିପୋର୍ଟ ସାମ୍ନାକୁ ଆସିନାହିଁ ।ସେ ଆହୁରି କହିଛନ୍ତି ଯେ, ୨୦୧୫ ମସିହାର ଅଡିଟ ରିପୋର୍ଟରେ ବ୍ୟାପକ ଅନିୟମିତତା ଥିବା ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ହୁଣ୍ଡି ପରିଚାଳନା ଏବଂ ଅଡିଟ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବା ଆବଶ୍ୟକ । ଦାନ ହୁଣ୍ଡି ସମ୍ପର୍କିତ ଅନିୟମିତତାର ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ଯଦି କୌଣସି ଦୋଷୀ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନରସିଂହ ମିଶ୍ର ଦାବି କରିଛନ୍ତି । ଶ୍ରୀମନ୍ଦିର ହୁଣ୍ଡି ଅଡିଟକୁ ନେଇ ଉଠିଥିବା ଏହି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking