28.9 C
Bhubaneswar
Monday, July 6, 2026
Homeଦେଶ ବିଦେଶମୁମ୍ବାଇ ସ୍ଥିତି ବେହାଲ: ୧୩ ମୃତ

ମୁମ୍ବାଇ ସ୍ଥିତି ବେହାଲ: ୧୩ ମୃତ

ମହାରାଷ୍ଟ୍ର: ଲଗାଣ ମୌସୁମୀ ବର୍ଷାରେ ମୁମ୍ବାଇ ସ୍ଥିତି ବେହାଲ । ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ, ଲୋକାଲ ଟ୍ରେନ ବାଧାପ୍ରାପ୍ତ ହୋଇଛି । ପୁନେ- ମୁମ୍ବାଇ ହାଇୱେ ଓ ଏକ୍ସପ୍ରେସୱେରେ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳନ, କୋଠା ଭୁଶୁଡିବା, ଗଛ ଉପୁଡିବାରୁ ଲୋକେ ମୃତାହତ ହୋଇଛନ୍ତି । ବର୍ଷାରେ ମୁମ୍ବାଇରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଓ ପୁଣେ ମଧ୍ୟରେ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ସୋମବାର ସକାଳେ କରଜତ-ଲୋଣାଭାଲାର ଭୋର ଘାଟ ଅଞ୍ଚଳରେ ଦୁଇଟି ସ୍ଥାନରେ ଭୂସ୍ଖଳନ ଘଟିବାରୁ ମୁମ୍ବାଇ-ପୁଣେ ରେଳପଥର ତିନୋଟି ଟ୍ରାକ୍‌ରେ ମାଟି ଓ ପଥର ଖସିପଡ଼ିଥିଲା । ଏହା ପରେ ସୁରକ୍ଷା ଦୃଷ୍ଟିରୁ ଏହି ରୁଟ୍‌ରେ ସମସ୍ତ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି । ସେଣ୍ଟ୍ରାଲ ରେଳବାଇ ସୂଚନା ଅନୁସାରେ, ଅତି କମରେ ୧୬ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୯ଟି ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ କରାଯାଇଛି । ଏହାର ପ୍ରଭାବରେ ହଜାର ହଜାର ଯାତ୍ରୀ ଅସୁବିଧାରେ ପଡ଼ିଛନ୍ତି । ରେଳ କର୍ମଚାରୀମାନେ ଟ୍ରାକ୍‌ରୁ ମାଟି ଓ ପଥର ହଟାଇବା କାମ ଜୋରଦାର ଭାବେ ଚାଲାଇଛନ୍ତି ।କେବଳ ରେଳ ନୁହେଁ, ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ ପୁରୁଣା ମୁମ୍ବାଇ-ପୁଣେ ରାଜପଥକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ପ୍ରଶାସନ ଲୋକଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଏହି ରୁଟ୍‌ରେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି । ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ମୁମ୍ବାଇ ପାଇଁ ଅରେଞ୍ଜ ଆଲର୍ଟ ଏବଂ ପୁଣେ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଆଗାମୀ କିଛି ଘଣ୍ଟା ଯାଏଁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking