25.6 C
Bhubaneswar
Saturday, July 4, 2026
Homeଓଡିଶାଆନ୍ଦୋଳନରୁ ଓହରିଲେ ଡାକ୍ତର: ଏବେଠୁ କାର୍ଯ୍ୟରେ ଯୋଗ ଦେବେ

ଆନ୍ଦୋଳନରୁ ଓହରିଲେ ଡାକ୍ତର: ଏବେଠୁ କାର୍ଯ୍ୟରେ ଯୋଗ ଦେବେ

ଭୁବନେଶ୍ୱର: ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓମସା)ର ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମସା ପ୍ରତିନିଧିଙ୍କ ଉଚ୍ଚସ୍ତରୀୟ ବୈଠକ ପ୍ରାୟ ସାଢେ ୩ ଘଣ୍ଟା ଧରି ଚାଲିଥିଲା । ବୈଠକରେ ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଓମସାର ଦାବିଗୁଡ଼ିକ ଉପରେ ଏକ ହାଇ-ପାୱାର କମିଟି ବିସ୍ତୃତ ଭାବେ ବିଚାର କରିବ । ଏହାସହ ଆସନ୍ତା ଜୁଲାଇ ୨୨ରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଦାବିଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯିବ ।ସରକାରଙ୍କ ଆଶ୍ୱାସନକୁ ଦୃଷ୍ଟିରେ ରଖି ଓମସା ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଡାକ୍ତରମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି । ଏହାଫଳରେ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଆଜିଠାରୁ କାର୍ଯ୍ୟରେ ଯୋଗ ଦେବୁ ଏବଂ ଆଲୋଚନା ସଫଳ ହୋଇଛି ବୋଲି ସଙ୍ଘ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking