27.8 C
Bhubaneswar
Friday, July 3, 2026
Homeଓଡିଶାଆଲାଏଡ୍ ସ୍ୱାସ୍ଥ୍ୟ ପେସାଜୀବୀଙ୍କ ପାଇଁ ନୂଆ ନିୟମ: ପଞ୍ଜୀକରଣ ବିନା ସେବା ଦେଲେ କଡ଼ା ଦଣ୍ଡ

ଆଲାଏଡ୍ ସ୍ୱାସ୍ଥ୍ୟ ପେସାଜୀବୀଙ୍କ ପାଇଁ ନୂଆ ନିୟମ: ପଞ୍ଜୀକରଣ ବିନା ସେବା ଦେଲେ କଡ଼ା ଦଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଆଲାଏଡ୍ ସ୍ୱାସ୍ଥ୍ୟ ପେସାଜୀବୀଙ୍କ ପଞ୍ଜୀକରଣ, ନିୟନ୍ତ୍ରଣ ଓ ପେସାଗତ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ରାଜ୍ୟ ଆଲାଏଡ୍ ଆଣ୍ଡ ହେଲ୍ଥକେୟାର କାଉନ୍ସିଲ୍ ନିୟମାବଳୀ-୨୦୨୬’ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏହି ନିୟମାବଳୀ ରାଜପତ୍ରରେ ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରୀ ହେବ । ଆଲାଏଡ୍ ସ୍ୱାସ୍ଥ୍ୟ ପେସାଜୀବୀ ହେଉଛନ୍ତି ସେହି ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ, ଯେଉଁମାନେ ଡାକ୍ତରଙ୍କ ସହ ରୋଗ ନିର୍ଣ୍ଣୟ, ପରୀକ୍ଷା, ଚିକିତ୍ସା ଓ ପୁନର୍ବାସ କାର୍ଯ୍ୟରେ ସହଯୋଗ କରନ୍ତି । ଏହି ବର୍ଗରେ ଲାବୋରେଟୋରୀ, ରେଡିଓଲୋଜି, ଫିଜିଓଥେରାପି, ଅପରେସନ୍ ଥିଏଟର, ଡାଏଲିସିସ୍, ଜରୁରୀକାଳୀନ ଚିକିତ୍ସା ସେବା ସମେତ ବିଭିନ୍ନ କ୍ଷେତ୍ରର ପେସାଜୀବୀ ସାମିଲ ଅଛନ୍ତି । ନୂତନ ନିୟମାବଳୀ ଅନୁସାରେ ରାଜ୍ୟରେ ଓଡ଼ିଶା ରାଜ୍ୟ ଆଲାଏଡ୍ ଆଣ୍ଡ ହେଲ୍ଥକେୟାର କାଉନ୍ସିଲ୍ ଗଠନ କରାଯିବ । କାଉନ୍ସିଲ୍ ପେସାଜୀବୀଙ୍କ ପଞ୍ଜୀକରଣ, ଆଚରଣବିଧି, ମାନ ନିର୍ଦ୍ଧାରଣ ଓ ପେସାଗତ ଶୃଙ୍ଖଳା ଉପରେ ନଜର ରଖିବ । ପ୍ରତିବର୍ଷ ଅତି କମରେ ଦୁଇଟି ବୈଠକ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ନିୟମାବଳୀରେ ସମସ୍ତ ପଞ୍ଜୀକରଣ ପ୍ରକ୍ରିୟାକୁ ଅନଲାଇନ୍ କରାଯାଇଛି । ନୂତନ ପଞ୍ଜୀକରଣ, ଅତିରିକ୍ତ ଶିକ୍ଷାଗତ ଯୋଗ୍ୟତା ସଂଯୋଜନ, ପଞ୍ଜୀକରଣ ନବୀକରଣ, ନକଲ ପ୍ରମାଣପତ୍ର ଓ ବିଦେଶରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ଅନାପତ୍ତି ପ୍ରମାଣପତ୍ର (ଏନ୍‌ଓସି) ପାଇଁ କେବଳ ଅନଲାଇନ୍‌ରେ ଆବେଦନ କରାଯିବ । ପ୍ରତ୍ୟେକ ପଞ୍ଜୀକରଣର ବୈଧତା ପାଞ୍ଚ ବର୍ଷ ରହିବ । ବିଭିନ୍ନ ସେବା ପାଇଁ ନିର୍ଦ୍ଦିଷ୍ଟ ଶୁଳ୍କ ମଧ୍ୟ ଧାର୍ଯ୍ୟ କରାଯାଇଛି । ନୂତନ ପଞ୍ଜୀକରଣ ଓ ନବୀକରଣ ପାଇଁ ୨ ହଜାର ଟଙ୍କା, ବିଳମ୍ବରେ ନବୀକରଣ ପାଇଁ ୫ ହଜାର ଟଙ୍କା, ପୁନଃ ପଞ୍ଜୀକରଣ ପାଇଁ ୧୦ ହଜାର ଟଙ୍କା ଏବଂ ବିଦେଶରେ ଚାକିରି କିମ୍ବା ଅଧ୍ୟୟନ ପାଇଁ ଅନାପତ୍ତି ପ୍ରମାଣପତ୍ର ନେବାକୁ ୩ ହଜାର ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking