33.3 C
Bhubaneswar
Thursday, July 2, 2026
Homeଓଡିଶାନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଲୋକାର୍ପିତ

ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଲୋକାର୍ପିତ

ଭୁବନେଶ୍ବର: ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ: ଜଣେ ସାଧାରଣ ଓଡ଼ିଆର କଥା’ ଆଜି ଲୋକାର୍ପିତ ହୋଇଛି। କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୯ଜଣ ସାଧାରଣ ଓଡ଼ିଆ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ରଙ୍କ ସହ ଶ୍ରୀ ପଟ୍ଟନାୟକ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଏକ ଭିନ୍ନ ଧରଣର ସମାଜ ଚାଲିଛି। ଆଜିର ଯୁବପିଢ଼ି ମଧୁବାବୁ, ଗୋପବନ୍ଧୁ, ଗାନ୍ଧୀଙ୍କ ବିଷୟରେ ଜାଣୁନାହାନ୍ତି। ତେଣୁ ପୂର୍ବ ପିଢ଼ି କିମ୍ବା ବର୍ତ୍ତମାନ ପିଢ଼ି ନୁହେଁ ବରଂ ଆଗାମୀ ପିଢ଼ି ପାଇଁ ଏହି ପୁସ୍ତକ ଲେଖିଛି। ସତ୍ୟ ପଥ ଓ ନିଷ୍ଠାପର ସହ କାମ କଲେ ସଫଳତା ନିଶ୍ଚିତ ମିଳିବ, ତାହାକୁ ଦୃଷ୍ଟିରେ ରଖି ଭବିଷ୍ୟତ ଯୁବପିଢ଼ି ପାଇଁ ଏହା ଲେଖାଯାଇଛି। ଜୀବନରେ ଓକିଲାତି ଓ ରାଜନୀତି ଜରିଆରେ ଜନସେବା କରିବା ପାଇଁ ଲକ୍ଷ୍ୟ ଥିଲା। ଏଥିପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଆହୁରି ଦେ କହିଥିଲେ ସଂଘର୍ଷ ଓ ସଫଳତା ଭିତରେ ସେ ଯେଉଁ ରାସ୍ତା ଦେଇ ଆସିଛନ୍ତି, ତାହା ଯେତିକି ସ୍ମୃତି ବିଜଡିତ ସେତିକି ଚର୍ଚ୍ଚିତ। ଜଣେ ଶିଳ୍ପପତି ଭାବେ ସେ ଯେତିକି ପରିଚିତ, ଜଣେ ରାଜନେତା ଭାବେ ସେତିକି ଆଦୃତ ।

ଓଡିଶା ପ୍ରତି ଓଡିଆଙ୍କ ପ୍ରଗତି ପାଇଁ କିଛି କରିବାର ସଦିଚ୍ଛା ତାଙ୍କର କେତେ ସଫଳ ହୋଇଛି ଆଉ କେତେ ବାକି ଅଛି, ତାହା ସମୟ ସାକ୍ଷୀ ହୋଇ ରହିଛି। ମହାତ୍ମାଗାନ୍ଧୀ, ଜବାହର ଲାଲ୍ ନେହେରୁ, ବିନୋବା ଭାବେଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇ ଜଣେ ପ୍ରତିଷ୍ଠିତ ରାଜନୀତିଜ୍ଞ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଓଡିଶା କଂଗ୍ରେସ ପ୍ରତି ତାଙ୍କର ଅବଦାନ ଅନେକ। ସମୟ କେତେବେଳେ କାହାକୁ କେଉଁ ସ୍ଥାନରେ ରଖୁବ, ତାହା ପୂର୍ବ ନିର୍ଦ୍ଧାରିତ। ସରକାର ବଦଳିଲେ ବି ତଥାପି ଓଡିଶାର ପରିବର୍ତ୍ତନ ପାଇଁ ତାଙ୍କ ମନରେ ରହିଥିବା ଅସୁମାରୀ ଆଶାକୁ ଯୁବପିଢି ସାକାର କରିବେ ବୋଲି ତାଙ୍କର ଭରସା ରହିଛି । ଜୀବନର କିଛି ଅନୁଭୂତି ଓ ଘଟଣା ଚରିତ୍ରକୁ ନେଇ ସେ ଏହି ଆତ୍ମଜୀବନୀ ରଚନା କରିଛନ୍ତି। ଆତ୍ମଜୀବନଟି ଓଡିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀର ଗୁମର କଥାକୁ ଉନ୍‌ମୋଚିତ କରିବ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୁସ୍ତକର ସମୀକ୍ଷା କରି କହିଥିଲେ ଯେ ଅନେକ ବ୍ୟକ୍ତି ନିଜର ଆତ୍ମଜୀବନୀ ଲେଖିଛନ୍ତି। ହେଲେ ଜଣେ ରାଜନେତାଙ୍କ ଆତ୍ମଜୀବନୀ ଅନ୍ୟମାନଙ୍କଠାରୁ ଭିନ୍ନ। କାରଣ ସାଧାରଣ ଲୋକଙ୍କ ପାଇଁ ଏହା ଅଧିକ ପ୍ରାସଙ୍ଗିକ। ନିରଞ୍ଜନ ବାବୁଙ୍କ ୩୩୬ ପୃଷ୍ଠା ବିଶିଷ୍ଟ ଏହି ଆତ୍ମଜୀବନୀ ୫ଟି ଭାଗରେ ବିଭକ୍ତ। ଜୀବନର ଅଙ୍କାବଙ୍କା ରାସ୍ତା, ସଂଘର୍ଷ, ଶାସନ, ସଫଳତାର କାହାଣୀ, ସଂପ୍ରତିକ ଅନୁଚିନ୍ତା ଓ ଶେଷ କଥା ସ୍ଥାନ ପାଇଛି।

ବିଶେଷକରି ନିଜ ପତ୍ନୀ ଓ ଭାଇ ସୌମ୍ୟରଂଜନଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ନିଜ ପରିବାର, ରାଜନୀତି ଓ ଆଧ୍ୟାତ୍ମିକତା ପୁସ୍ତକରେ ପ୍ରତିଫଳିତ ହୋଇଛି। ଏ ଦୃଷ୍ଟିରୁ ଏହା ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ନୁହେଁ ବରଂ ଏକ ପୂଜା ଉତ୍ସବ। କଂଗ୍ରେସ ଶାସନ ସମୟରେ ଘଟିଥିବା ଅନେକ ବିବାଦୀୟ ଘଟଣାକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି। ଏସବୁ ପାଇଁ ନିରଞ୍ଜନ ବାବୁଙ୍କ ଜୀବନ ଏକ ଅନନ୍ୟ ଜୀବନ କାହାଣୀ।ଏହି ଅବସରରେ ବ୍ରଜବନ୍ଧୁ-ନିତ୍ୟାନନ୍ଦ-ପଦ୍ମନାଭ ଚାରିଟେବୁଲ ଟ୍ରଷ୍ଟର ଶୁଭାରମ୍ଭ ହୋଇଥିଲା। ଏହି ଟ୍ରଷ୍ଟ ଗରିବ ଛାତ୍ରଛାତ୍ରୀ, ସାହିତ୍ୟ, କୃଷି, କ୍ରୀଡ଼ା ଓ ଅନ୍ୟ କ୍ଷେତ୍ରରେ ପ୍ରତିଭାମାନଙ୍କୁ ସହଯୋଗ କରିବ। ଶ୍ରୀ ପଟ୍ଟନାୟକଙ୍କ ପୁସ୍ତକ ଉନ୍ମୋଚନ କରିଥିଲେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି, ପଦ୍ମଶ୍ରୀ ଦୈତାରୀ ନାୟକ, ଦାନ ମାଝୀ, ବାସନ୍ତୀ ମାଝୀ, ଶାନ୍ତିଲତା ରାଉଳ, ପ୍ରଫେସର ଦୁର୍ଯ୍ୟୋଧନ ନାହାକ, କେଶ ପ୍ରତିରୋପଣକାରୀ ଡାକ୍ତର ପ୍ରଦୀପ ସେଠୀ, ଅଫତାବ୍ ହୋସେନ୍‌ ଓ ମନ୍ମଥ ମହାରଣା। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପୁସ୍ତକ ଲୋକାର୍ପଣ ସଭାରେ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବହୁ ଲେଖକ, କଳାକାର, ବୁଦ୍ଧିଜୀବୀ ଓ ରାଜନେତା ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ପୁସ୍ତକଟିକୁ ପ୍ରକାଶ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking