31 C
Bhubaneswar
Wednesday, July 1, 2026
Homeଓଡିଶାଓଡିଶାରେ ବିଜେପି ଶକ୍ତିଶାଳୀ ହେଉଛି : ମନମୋହନ ସାମଲ

ଓଡିଶାରେ ବିଜେପି ଶକ୍ତିଶାଳୀ ହେଉଛି : ମନମୋହନ ସାମଲ

ଭୁବନେଶ୍ୱର : ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ଭଦ୍ରକର ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଧାମନଗର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ନେତା ଶ୍ରୀଯୁକ୍ତ ଶଶୀ କୁମାର ସାହୁ ପ୍ରମୁଖ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତରେ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇପାରିଛି । ବିଜେପି ଶାସନରେ ସଂକଳ୍ପରୁ ସିଦ୍ଧି କାରଣରୁ ସମସ୍ତେ ଆଜି ବିଜେପିରେ ଯୋଗ ଦେଉଛନ୍ତି । ଦେଶର ୨୨ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । ଓଡ଼ିିଶାରେ ଅନେକ ସମ୍ଭାବନା ରହିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ନମ୍ବର ରାଜ୍ୟ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଓଡ଼ିଶାର ସର୍ବାଧିକ ଭାଗିଦାରୀ ରହିବ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଥିରେ ଆମ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମକୁ ସଂକଳ୍ପ ନେବାକୁ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ବିଜେଡିର ପୂର୍ବତନ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ସିମୁଳିଆ ବିଧାନସଭା ପ୍ରାର୍ଥିନୀ ଶ୍ରୀମତୀ ସୁବାସିନୀ ସାହୁ, ବାସୁଦେବପୁର ପୈାରପରିଷଦ ପୂର୍ବତନ ପୈାରଧ୍ୟକ୍ଷା ଅଂଜୁଲତା ମହାନ୍ତି, ବାସୁଦେବପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷା ପ୍ରଭାତୀ ମଣ୍ଡଳ, ଚାନ୍ଦବାଲୀ ନିର୍ବାଚନମଣ୍ଡଳୀର ପ୍ରତାପ ଚନ୍ଦ୍ର ବେହେରା, ଅଲେଖ ଚନ୍ଦ୍ର ବଳ, ଆଲୋକ ବଳ, ଅଭିମନ୍ୟୁ ବଳ, ଉତମ କୁମାର ବଳ, ସବୀନ ନାୟକଙ୍କ ସମେତ ଜିଲ୍ଲାର ବାସୁଦେବପୁର, ତିହିଡି, ଧାମନଗର, ବ୍ଲକର ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ବିଜେଡିର ପୂର୍ବତନ ମହିଳା ସାଧାରଣ ସମ୍ପାଦିକା ରୁବିନା ପରିଡା, ପୂର୍ବତନ କର୍ପୋରେଟର ଶ୍ରୀ ନିର୍ମଳ ରାଉତ, ସମାଜସେବୀ ପ୍ରଦୀପ୍ତ ପରିଡା, ରମେଶ ଚନ୍ଦ୍ର ବିହାରୀ, ଚନ୍ଦ୍ରଜିତ ରାଉତରାୟ, ତପସ୍ୱିନୀ ମହାନ୍ତି, ସଚଳା ପରିଡା, ମଞ୍ଜୁ ସ୍ୱାଇଁ, ସରସ୍ୱତୀ ପରିଡା, ମୀନତି ଦାସ, ପ୍ରତିମା ପାତ୍ର, ସଞ୍ଜୁକ୍ତା ସ୍ୱାଇଁ, ସ୍ୱାତୀ ଖିଲାର, ପ୍ରିୟଦର୍ଶନୀ ପରିଡା, ଶ୍ରୀ ଜି.ଶ୍ରୀନିବାସ, ସମାଜସେବୀ ଲିପିସା ମହାନ୍ତି ପ୍ରମୁଖ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି ।
ସେହିପରି ନୟାଗଡ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ନିର୍ବାଚନମଣ୍ଡଳ ଭାପୁର ବ୍ଲକର ରାକମା ପଂଚାୟତ ସମିତି ସଭ୍ୟ ବାଳଗୋପାଳ ଷଡଙ୍ଗୀ, ସମିତି ସଭ୍ୟ ତପନ ମହାପାତ୍ର, ଅଖିଳ ସେଠ, ପବିତ୍ର ଶୁକ୍ଳ, ବିଭୁତି ଜେନା, ସୁବାଷ ଜେନା, ଛାତ୍ରନେତା ସଂଗ୍ରାମ କେଶରୀ ସାହୁ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି ।
ଗଂଜାମ ଜିଲ୍ଲା ଖଲିକୋଟ ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୋନମ ପୋଲାଇ, ବରିଷ୍ଠ ନେତା ଶ୍ରୀକାନ୍ତ ସ୍ୱାଇଁ, କୁବେର ପୋଲାଇ, ସରପଂଚ ଝୁଇଁକଲ ତରାଇ, ବିନୋଦିନୀ ପରିଡା, ଝୁନୁ ବେହେରା, ସୁଧାକର ଗୈାଡ, ହିନ ଖୁଂଟିଆ, ସମିତି ସଭ୍ୟା ଅହଲ୍ୟା ଦଳାଇ, ଯୁବ ନେତା ବିମଳ ପରିଡା, ଡକ୍ତର ତରାଇ ପ୍ରମୁଖ ଶତାଧିକ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଓ ସରୋଜ ସେଠୀ, ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ରାଜ୍ୟ ପ୍ରବକ୍ତା ଶ୍ରୀ ବ୍ରଜ କିଶୋର ମିଶ୍ର, ଘୁମୁସର (ଆସ୍କା) ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ଶ୍ରୀ ବାଣୀକଲ୍ୟାଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking