28.3 C
Bhubaneswar
Wednesday, July 1, 2026
Homeଓଡିଶାରଥଯାତ୍ରା ପାଇଁ ଗଡ଼ିବ ଗୋନ୍ଦିଆ-ପୁରୀ ସ୍ପେସାଲ

ରଥଯାତ୍ରା ପାଇଁ ଗଡ଼ିବ ଗୋନ୍ଦିଆ-ପୁରୀ ସ୍ପେସାଲ

ଭୁବନେଶ୍ୱର: ଭାରତୀୟ ରେଳପଥ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକଯୋଡ଼ା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ପେଶାଲ ଟ୍ରେନ୍‌ଗୁଡ଼ିକ ହେଲା, ଗୋନ୍ଦିଆ ଜଙ୍କସନ-ପୁରୀ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ୍‌ ଗୋନ୍ଦିଆ ଜଙ୍କସନରୁ ଜୁଲାଇ ୨, ୯, ୧୬ ଏବଂ ୨୯ରେ ଦିନ ୧ଟା ୩୦ ମିନିଟରେ ଛାଡ଼ିବ ଏବଂ ପରଦିନ ପୂର୍ବାହ୍ଣ ୧୦ଟାରେ ପୁରୀରେ ପହଞ୍ଚିବ। ସେହିପରି ପୁରୀ-ଗୋନ୍ଦିଆ ଜଙ୍କସନ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ୍‌ ପୁରୀରୁ ଜୁଲାଇ ୩, ୧୦, ୧୭ ଏବଂ ୩୦ରେ ଦିନ ୧ଟାରେ ଛାଡ଼ିବ ଏବଂ ପରଦିନ ସକାଳ ୭ଟାରେ ଗୋନ୍ଦିଆ ଜଙ୍କସନରେ ପହଞ୍ଚିବ। ଏହି ସ୍ପେଶାଲ ଟ୍ରେନ୍ ଉଭୟ ଦିଗରୁ ଡୋଙ୍ଗରଗଡ଼, ରାଜନନ୍ଦଗାଁ, ଦୁର୍ଗ, ରାୟପୁର, ଲାଖୋଲି, ଖରିଆର ରୋଡ୍‌, କଣ୍ଟାବାଞ୍ଜି, ଟିଟିଲାଗଡ଼, ବଲାଙ୍ଗିର, ବରଗଡ଼ ରୋଡ୍‌, ସମ୍ବଲପୁର, ଅନୁଗୋଳ, ତାଳଚେର ରୋଡ୍‌, ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ଖୋରଧା ରୋଡ୍‌ ଷ୍ଟେସନରେ ରହଣି କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking