ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ତୁକୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୀଙ୍କ ମନ୍ଦିରରୁ ୨ଟି ହୁଣ୍ତିଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ। ମନ୍ଦିରକୁ ପୂଜାରୀ ସଫା କରିବାକୁ ଆସିଥିବା ବେଳେ ହୁଣ୍ଡି ଖୋଲା ଥିବା ଦେଖିବାକୁ ପାଇଥିଲେ। ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ତିକୁ ଜଣେ ଦୁର୍ବୃତ୍ତ ଭାଙ୍ଗି ଟଙ୍କା ଓ ସୁନା ଲୁଟ୍ କରି ନେଇଛନ୍ତି । ଏହାର ଭିଡିଓ ସିସିଟିଭି ଭିଡିଓରେ କଏଦ ହୋଇଛି । ଏକ ମାସ ହେଲା ମନ୍ଦିର ହୁଣ୍ତି ଖୋଲା ଯାଇନଥିବା ବେଳେ ୩୦ ହଜାରରୁ ଅଧିକ ଟଙ୍କା ଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି ।ଏନେଇ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ଜରପଡ଼ା ପୁଲିସକୁ ଅଭିଯୋଗ କରାଯାଇଛି ।










