28 C
Bhubaneswar
Tuesday, June 30, 2026
Homeଓଡିଶାଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମ ପାଇଁ ଯୁବ ଓ ଛାତ୍ର କଂଗ୍ରେସ ନେତାଙ୍କୁ ଉଠାଇ ନେଲା...

ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମ ପାଇଁ ଯୁବ ଓ ଛାତ୍ର କଂଗ୍ରେସ ନେତାଙ୍କୁ ଉଠାଇ ନେଲା କମିସନରେଟ ପୁଲିସ

ଭୁବନେଶ୍ୱର: ନିଟ୍ ବିରୁଦ୍ଧରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରେ ବିରୋଧ କରିବା ପାଇଁ ଯୁବ ଏବଂ ଛାତ୍ର କଂଗ୍ରେସ ଆହ୍ୱାନ ଦେଉଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯଦି ଏତେ ସକ୍ଷ ତାହାଲେ କ’ଣ ପାଇଁ ଆଜି ପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି? ସାରା ଦେଶର ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ସହିତ ସେମାନଙ୍କ ପରିବାର ସହିତ ଖେଳ ଖେଳିବାର ଅଧିକାର କିଏ ଦେଲା? ସାରା ଦେଶର ପାଖାପାଖି ୧୫ ରୁ ୨୦ ଛାତ୍ର ଛାତ୍ରୀ ଯେଉଁମାନେ କି ଆତ୍ମ ହତ୍ୟା କଲେ ଏହାର ଉତ୍ତଦାୟିତ୍ୱ କିଏ? କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କର ସମର୍ଥକମାନେ ଉକ୍ତ ଛାତ୍ରଛାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ପ୍ରତିବଦଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ଜନ୍ମଦିନ ପାଳନ କରୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାର ପୁଅ କହୁଥିବାବେଳେ ସାରା ଭାରତ ବର୍ଷରେ ଓଡ଼ିଶାକୁ ଦେଶରେ ନିନ୍ଦିତ କରିଛନ୍ତି । ଏହି ପରିପ୍ରେକ୍ଷିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯିବା ପାଇଁ ଯେଉଁ ପ୍ରସ୍ତୁତି କରାଯାଇଥିଲା ଏହା ପୂର୍ବରୁ ସେ ତାଙ୍କର ପୁଲିସ ପ୍ରଶାସନକୁ ଲଗାଇ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସୁଦୀପ୍ତ କୁମାର ସାମଲ, ଛାତ୍ର କଂଗ୍ରେସ ନେତା ସ୍ପନ୍ଦନ ସ୍ୱାଇଁ, ବିଶ୍ୱଜିତ ସ୍ୱାଇଁଙ୍କୁ ରାତି ଅଧିଆ ଘରୁ ଉଠାଇ ନେଇଯିବା ସହ ଅନେକ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ନେତାଙ୍କ ଉପରେ ଚଢ଼ାଉ କରିଛନ୍ତି । ଯୁବ କଂଗ୍ରେସ ନେତା ଏବଂ ଛାତ୍ର କଂଗ୍ରେସ ନେତା କମିସନରଟେ ପୁଲିସ ଅଟକ ରଖିଥବାବେଳେ ଏହାକୁ ଓଡ଼ିଶାର ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ତୀବ୍ର ନିନ୍ଦା କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯେପର୍ଯ୍ୟନ୍ତ ଇସ୍ତଫା ନ ଦେବେ ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking