35.6 C
Bhubaneswar
Sunday, June 28, 2026
Homeଅପରାଧଶାଶୂକୁ ପନିକିରେ ହାଣିଲା ବୋହୂ

ଶାଶୂକୁ ପନିକିରେ ହାଣିଲା ବୋହୂ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ପଥରଘାଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବୋହୂ ତାଙ୍କ ଶାଶୂଙ୍କୁ ପନିକିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଘରୋଇ ବିବାଦ ତୀବ୍ର ରୂପ ନେବା ପରେ ଏହି ଘଟଣା ଘଟିଛି । ଆକ୍ରମଣରେ ଶାଶୂ ଗୁରୁତର ଆହତ ହୋଇପଡ଼ିଥିଲେ । ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ଭୋଗରାଇ ପୁଲିସ ଅଭିଯୁକ୍ତ ବୋହୂକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଘଟଣାର ତଦନ୍ତ ଚାଲିଥିବା ସହ ଗାଁରେ ଉତ୍ତେଜନା ଓ ଚାଞ୍ଚଲ୍ୟ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking