32.7 C
Bhubaneswar
Friday, June 26, 2026
Homeଓଡିଶାବାଲେଶ୍ୱରରେ ବ୍ୟବସାୟୀଙ୍କୁ ହତ୍ୟା: ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ସୁରାଗ୍

ବାଲେଶ୍ୱରରେ ବ୍ୟବସାୟୀଙ୍କୁ ହତ୍ୟା: ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ସୁରାଗ୍

ବାଲେଶ୍ୱର: ବାଲେଶ୍ୱରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ମାମଲା। ଅରଡ ବଜାରରେ ଅପରାହ୍ନ ୩ଟାରେ ବ୍ୟବସାୟୀ ଏସ୍‌କେ ହମିଦ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦୁଇ ଦୁର୍ବୃତ୍ତ ଅତି ନିକଟରୁ ୮ ରାଉଣ୍ଡ ଗୁଳି ମାରିଥିଲେ। ଏହା ପୂର୍ବ ଷଡ଼୍‌ଯନ୍ତ୍ର ହତ୍ୟା ବୋଲି ସ୍ପଷ୍ଟ ହୋଇଛି। ପୁଲିସ୍‌ ହତ୍ୟାକାରୀଙ୍କୁ ଧରିପାରିନଥିବା ବେଳେ ହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତଦନ୍ତରେ ଚାଲୁଥିବା କହିଛନ୍ତି ଡିଆଇଜି ପିନାକ୍‌ ମିଶ୍ର। ପୁଲିସର ୪ଟି ଟିମ୍ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି। ବ୍ୟବସାୟିକ, ପାରିବାରିକ ସହ ଅନ୍ୟାନ୍ୟ ଦିଗକୁ ତଦନ୍ତରେ ଅନ୍ତର୍ଭୁକ୍ତ କରାଯାଇଛି। ହତ୍ୟାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏପରିକି କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଡିଆଇଜି ପିନାକ ମିଶ୍ର। ହତ୍ୟାରେ ଦୁଇଟି ବନ୍ଧୁକ ୬.୫ ଏମ୍‌ଏମ୍‌ ଏବଂ ୯ ଏମ୍‌ଏମ୍‌ ବନ୍ଧୁକ ବ୍ୟବହାର କରାଯାଇଛି । ଅନ୍ୟପଟେ ସ୍ପଷ୍ଟ ଦିବାଲୋକରେ ଅତି ନିକଟରୁ ଗୁଳିମାଡ଼କୁ ନେଇ ସହରରେ ଚିନ୍ତା ସହରବାସୀ । ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking