38.4 C
Bhubaneswar
Friday, June 26, 2026
Homeଓଡିଶାଏସସିଇଆରଟ ଉପରେ କାର୍ଯ୍ୟାନୁଷ୍ଠାନ ହେଉ: ଭକ୍ତ

ଏସସିଇଆରଟ ଉପରେ କାର୍ଯ୍ୟାନୁଷ୍ଠାନ ହେଉ: ଭକ୍ତ

ଭୁବନେଶ୍ବର : ବହି ତ୍ରୁଟି ପଛରେ ରହିଛି ବଡ ଷଡ଼ଯନ୍ତ୍ର । ଫେରାଯିବ ଭୁଲ୍‌ ଛପା ହୋଇଥିବା ସମସ୍ତ ବହି । ସବୁ ଦୋଷୀଙ୍କ ବିରୋଧରେ ହେବ ଦୃଢ ଆକ୍ସନ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଦେଖାଦେଇଥିବା ତ୍ରୁଟିକୁ ଗମ୍ଭୀରତାର ସହ ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କୁ ବଦନାମ ପାଇଁ ବଡ ଷଡ଼ଯନ୍ତ୍ର ସନ୍ଦେହ ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଘେରିଛନ୍ତି ବିରୋଧୀ । ପ୍ରଥମେ ବିଜେଡି ଏବେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଭଲ କଥା ମୁଖ୍ୟମନ୍ତ୍ରୀ ମାନିଲେ ଷଡ଼ଯନ୍ତ୍ର ହେଇଛି । ଷଡ଼ଯନ୍ତ୍ରକାରୀ କିଏ  ? ଭୁଲ ଛପେଇଲା କିଏ ? ଏବେ ଯାଏଁ ଆକ୍ସନ ନାହିଁ,ମୁଖ୍ୟମନ୍ତ୍ରୀ ଅସହାୟ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀ ମାନିଲେ ଭୁଲ ହେଇଛି ତାଙ୍କୁ ଧନ୍ୟବାଦ । କିନ୍ତୁ କେଉଁ ଅଫିସର ଭୁଲ କରିଛନ୍ତି ସ୍ପଷ୍ଟ କରନ୍ତୁ । ବହିକୁ ତୁରନ୍ତ ଠିକ କରି ପିଲାଙ୍କୁ ପ୍ରଦାନ କରନ୍ତୁ  । ଭୁଲ ବହି ପ୍ରିଣ୍ଟ ଯିଏ କଲା ତା ଉପରେ କାର୍ଯ୍ୟାନୁଷ୍ଠାନ ହେଉ । SCERT ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।ପୂର୍ବରୁ ବିଜେଡି ବିଧାୟକ ସାରଦା ଜେନା କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking