ଭୁବନେଶ୍ୱର: ଏଲିଡି ଷ୍ଟ୍ରିଟ ଲାଇଟ ସ୍ଥାପନରେ ବ୍ୟାପକ ଅନିୟମିତତା ଓ ସରକାରୀ ପାଣ୍ଠିର ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଦଶରଥପୁର ବ୍ଲକର ୮ ଟି ପଞ୍ଚାୟତରେ ଯଥା ଚିତାଳୋ, ଅକରପଡା, ଖଣ୍ଡରା, ତଳିହା, ବିହାରୀ, ରାହସୋଈ, ବିରଜାପୁର, ବିରୁହାଁ ପଞ୍ଚାୟତରେ ଆଜି ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ବଡ଼ ଧାରଣାରେ ଚଢ଼ାଉ କରିଛି। ଏହି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ ଦସ୍ତାବିଜ ଜବତ କରିବା ସହ ଅଧିକୃତ ବିଦ୍ୟୁତ ଠିକା ସଂସ୍ଥା ବିରଜା ଇଲେକ୍ଟ୍ରିକାଳର ମାଲିକ ଧରଣୀଧର ସାହୁଙ୍କୁ ଭିଜିଲାନ୍ସ ବିଭାଗ ଉଠାଇନେଇଛି। ପୂର୍ବ ସରକାରଙ୍କ ସମୟରେ ସରକାରୀ ଅର୍ଥ ହରିଲୁଟ ଏବଂ ଏଲିଡି ଲାଇଟ ଦୁର୍ନୀତି ହୋଇଥିବା ବିଭାଗ ପାଖରେ ଲାଗିଛି । ପଞ୍ଚମ ରାଜ୍ୟ କମିସନଙ୍କ ଅର୍ଥରେ ୨୦୨୧-୨୨ ଓ ୨୦୨୨-୨୩ ଅର୍ଥକ ବର୍ଷରେ ଦଶରଥପୁର ବ୍ଲକର ମୋଟ ୩୫ ଟି ପକ୍ୱାଞ୍ଚାୟତରେ ବାର୍ଷିକ ରାକ୍ଷଣା ବେକ୍ଷଣ ଚୁକ୍ତି ସହ ଏଲିଡି ଲାଇଟ ସ୍ଥାପନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ପ୍ରତି ୧୦ ଏଲିଡି ଲାଇଟ ପାଇଁ ଆବଶ୍ୟକ ଉପକରଣ, ଯଥା ଏନର୍ଜି ମିଟର, ୫୦୦ ମିଟର କେବୁଲ, ଏମସିସିଡି, ଆଇହୁକ, ସେନ୍ସର କ୍ଲାମ୍ପ ଓ ଫୋଟ ସୁଇଜ ଟାଇମର ଆଦି ସ୍ଥାପନର ବ୍ୟବସ୍ଥା ରହିଥିଲା ।










