ନୂଆଦିଲ୍ଲୀ: କତର ବିସ୍ଫୋରଣ, ମୋଦୀଙ୍କ ସହ କଥା ହେଲେ କତର ଅମୀର୍ । କତରରେ ରାସ୍ ଲଫାନ ଶିଳ୍ପାଞ୍ଚଳ ନିକଟରେ ହୋଇଥିବା ବିସ୍ଫୋରଣରେ ୧୨ ଜଣ ଭାରତୀୟଙ୍କ ସମେତ ମୋଟ୍ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ କତର ଅମିର୍ ଶେଖ୍ ତମିମ ବିନ୍ ହମଦ ଅଲ ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ଘଟଣା ପାଇଁ ଅମୀର ଶେଖ୍ ତମିମ ବିନ୍ ଗଭୀର ଶୋକ ପ୍ରକାଶ କରିବା ସହ କତରର ସମର୍ଥନକୁ ଦୋହରାଇଛନ୍ତି ।ଆହତମାନଙ୍କର ସେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।ବର୍ଜନ ଗ୍ୟାସ୍ ଫ୍ୟାସିଲିଟିରେ ହୋଇଥିବା ବିସ୍ଫୋରଣରେ ମୋଟ୍ ୧୩ ଜଣଙ୍କର ମୃତ୍ୟୁ ହୋଇଛିଲା ଏବଂ ୬୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକ ମଧ୍ୟ ଅଛନ୍ତି । ଅନ୍ୟପକ୍ଷେ ମୃତକଙ୍କୁ ଚିହ୍ନଟ କରିବାପାଇଁ ଭାରତ କତର କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି କାମ କରୁଛି ଏବଂ ସେମାନଙ୍କ ମର ଶରୀର ଫେରାଇ ଆଣିବାପାଇଁ ସହଯୋଗ କରୁଛି ।










