38.2 C
Bhubaneswar
Thursday, June 25, 2026
Homeଦେଶ ବିଦେଶପୁଲୱାମାରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩.୫

ପୁଲୱାମାରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩.୫

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ହଠାତ୍ ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଭୂମିକମ୍ପର ଝଟକା ପୁଲୱାମା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା ।

ଅନେକ ଲୋକ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଚାଲିଆସିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜନହାନି ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ । ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଭୂମିକମ୍ପର ତୀବ୍ରତା ଓ କେନ୍ଦ୍ରସ୍ଥଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଲୋକମାନଙ୍କୁ ଅଯଥା ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଜମ୍ମୁ-କାଶ୍ମୀରରେ ମଧ୍ୟେମଧ୍ୟେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking