34.8 C
Bhubaneswar
Wednesday, June 24, 2026
Homeଓଡିଶାସ୍ୱତନ୍ତ୍ର ସଘନ ସଂଶୋଧନ ସରିବାକୁ  ଆଉ ମାତ୍ର ୪ ଦିନ ବାକି

ସ୍ୱତନ୍ତ୍ର ସଘନ ସଂଶୋଧନ ସରିବାକୁ  ଆଉ ମାତ୍ର ୪ ଦିନ ବାକି

ରାଜ୍ୟରେ ୯୯.୯୩% ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ,
୩ କୋଟି ୧୦ ଲକ୍ଷରୁ ଅଧିକ ଭୋଟରଙ୍କ ତଥ୍ୟ ଡିଜିଟାଇଜେସନ ଶେଷ।

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ  ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବୃହତ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ଅଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର କୋଣ-ଅନୁକୋଣରେ ଥିବା ଭୋଟରଙ୍କ ନିକଟରେ ପହଞ୍ଚି ଏହି ଅଭିଯାନକୁ ବ୍ୟାପକ କରାଯାଉଛି। ସୂଚନାଯୋଗ୍ୟ ଯେ, ଆଜି ସୁଦ୍ଧା ରାଜ୍ୟର ମୋଟ ୯୯.୯୩ ପ୍ରତିଶତ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଣ୍ଟନ କରାଯାଇଛି।  ସଂଖ୍ୟା ଦୃଷ୍ଟିରୁ ଦେଖିଲେ, ଏପର୍ଯ୍ୟନ୍ତ ୩ କୋଟି ୩୩ ଲକ୍ଷ ୭ ହଜାର ୫୪୫ ଜଣ ଭୋଟରଙ୍କ ନିକଟରେ ଏହି ଫର୍ମ ପହଞ୍ଚାଯାଇ ସାରିଛି। ଏହି ପ୍ରକ୍ରିୟାକୁ ଶତପ୍ରତିଶତ କରିବା ପାଇଁ ନିର୍ବାଚନୀ ପ୍ରଶାସନ ପକ୍ଷରୁ ଶେଷ ୪ ଦିନରେ ପ୍ରୟାସକୁ ଆହୁରି ଜୋରଦାର କରାଯାଉଛି।

କେବଳ ଫର୍ମ ବଣ୍ଟନ ନୁହେଁ, ବରଂ ସ୍ୱଚ୍ଛତା ଓ ସୂକ୍ଷ୍ମତା ପାଇଁ ତଥ୍ୟର ଡିଜିଟାଇଜେସନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୯୩.୦୨ ପ୍ରତିଶତ ଅର୍ଥାତ ୩ କୋଟି ୧୦ ଲକ୍ଷ ୬୮ ହଜାର ୮୮୪ ଜଣ ଭୋଟରଙ୍କ ସମ୍ପୂର୍ଣ୍ଣ ତଥ୍ୟର ଡିଜିଟାଇଜେସନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇସାରିଛି। ଏହି ପ୍ରକ୍ରିୟାରେ ପ୍ରଭାବଶାଳୀ ସହଭାଗିତା ବୃଦ୍ଧି କରିବା ଓ କେହି ଜଣେ ବି ଯୋଗ୍ୟ ଭୋଟର ଯେମିତି ବାଦ୍ ନ ପଡିବେ ସେ ଲାଗି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ମଧ୍ୟରେ ଆଜି ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୁଖ୍ୟ ଲକ୍ଷ୍ୟ। କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଏବଂ ଜନସାଧାରଣଙ୍କ ସହଯୋଗ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ବଡ଼ ସଫଳତା ମିଳିବାକି ଯାଉଛି।। ବାକି ଥିବା କାର୍ଯ୍ୟକୁ ଆସନ୍ତା ୪ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ,ସ୍ୱଚ୍ଛ ଓ ଅଦ୍ୟତନ  କରିବା ପାଇଁ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ ଅଭିଯାନ ରେ  ସାମିଲ ହୋଇଥିବା ସମସ୍ତ ଅଧିକାରୀ ଓ ପ୍ରଶାସନିକ ଟିମ୍‌ର ସମନ୍ୱୟ ପାଇଁ ଏହା ସମ୍ଭବ ହୋଇପାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking